Advertisment

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌: ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର କେହି ନାହାନ୍ତି

ଓଡ଼ିଶା ମହିଳା ଓ ପୁରୁଷ ହକି ଟିମର ମୁଖ୍ୟ ପ୍ରାୟୋଜକ। ଏହା ସତ୍ତ୍ୱେ ସ୍କ୍ୱାଡରେ ଜଣେ ହେଲେ ବି ଓଡ଼ିଆ ତାରକାଙ୍କୁ ସୁଯୋଗ ନ ମଳିବା ସମସ୍ତଙ୍କୁ ନିରାଶ କରିଛି।

author-image
Hemant Lenka
Hockey

Hockey

ରାଞ୍ଚିରେ ଆରମ୍ଭ ହେବାକୁ ଯାଉଥିବା ଏଫଆଇଏଚ୍‌ ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଆଜି ଭାରତୀୟ ମହିଳା ଟିମ ଘୋଷଣା ହୋଇଛି। ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ସ୍କ୍ୱାଡରେ ଓଡ଼ିଶାର କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି।

Advertisment

ଓଡ଼ିଶା ମହିଳା ଓ ପୁରୁଷ ହକି ଟିମର ମୁଖ୍ୟ ପ୍ରାୟୋଜକ। ଏହା ସତ୍ତ୍ୱେ ସ୍କ୍ୱାଡରେ ଜଣେ ହେଲେ ବି ଓଡ଼ିଆ ତାରକାଙ୍କୁ ସୁଯୋଗ ନ ମଳିବା ସମସ୍ତଙ୍କୁ ନିରାଶ କରିଛି।

ଅନ୍ୟପକ୍ଷରେ ଜାନୁଆରୀ ୧୩ରୁ ୧୯ ଯାଏ ରାଞ୍ଚିରେ ଖେଳା ଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ମହିଳା ହକି ଟିମର ନେତୃତ୍ୱ ପୂର୍ବଭଳି ଗୋଲକିପର ସବିତା ପୁନିଆ ନେବେ। ସେହିପରି ବନ୍ଦନା କଟାରିୟା ଉପ ଅଧିନାୟକ ଭୂମିକାରେ ରହିବେ।

Advertisment

ସବିତାଙ୍କ ବ୍ୟତୀତ ଦ୍ୱିତୀୟ ଗୋଲକିପର ଭାବେ ଦଳରେ ବିଚୁ ଦେବୀ ଖାରିବାମ ରହିଛନ୍ତି। ଡିଫେଣ୍ଡର୍ସ ତାଲିକାରେ ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ ଓ ମୋନିକାଙ୍କ ନାଁ ରହିଛି।

ନିଶା, ବୈଷ୍ଣବୀ, ଭିତାଲ ଫାଲେକ, ନେହା, ନବନୀତ କୌର, ସଲିମା ଟେଟେ, ସୋନିକା, ଜ୍ୟୋତି, ବିୟୁଟି ଡୁଙ୍ଗଡୁଙ୍ଗ ମିଡଫିଲ୍ଡର୍ସ ଭାବେ ଦଳର ଦାୟିତ୍ୱ ସମ୍ଭାଳିବେ। ଫାରୱାର୍ଡ ଭାବେ ସ୍କ୍ୱାଡାରେ ଲାଲରେମସିଆମି, ସଙ୍ଗୀତା କୁମାରୀ, ଦୀପିକା ଓ ବନ୍ଦନା କଟାରିୟା ରହିଛନ୍ତି।

ଗତ ଅଲିମ୍ପିକ୍ସରେ ଭାରତ ୪ର୍ଥ ସ୍ଥାନରେ ରହିଥିଲା। ଆସନ୍ତାବର୍ଷ ପ୍ୟାରିସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। କିନ୍ତୁ ପ୍ରଥମେ ଦଳକୁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ।

ରାଞ୍ଚିରେ ଖେଳାଯାଉଥିବା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଟପ ୩ ଟିମ ସିଧାସଳଖ ଅଲିମ୍ପିକ୍ସ ଟିକେଟ ପାଇବେ। ଭାରତ ପୁଲ ବିରେ ରହିଛି। ଏହି ପୁଲରେ ଭାରତ ସହ ଇଟାଲୀ, ନ୍ୟୁଜିଲ୍ୟାଣ୍ଡ ଓ ଆମେରିକା ରହିଛନ୍ତି। ସେହିପରି ପୁଲ ଏ ରେ ଜର୍ମାନୀ, ଜାପାନ, ଚେକ ଗଣରାଜ୍ୟ ଓ ଚିଲ୍ଲି ଅଛନ୍ତି। 

Hockey Indian Hockey Olympics