Advertisment

ହକି ଇଣ୍ଡିଆର ଆବେଦନ ଖାରଜ, ସେମିରେ ଖେଳି ପାରିବେନି ଓଡ଼ିଆ ପୁଅ ଅମିତ ରୋହିଦାସ

ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିବା ସହ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା।

Amit Rohidas

Amit Rohidas

Advertisment

ଭାରତୀୟ ପୁରଷ ହକି ଟିମର ମୁଖ୍ୟ ଡିଫେଣ୍ଡର ତଥା ପ୍ରଥମ ରଶର୍‌ ଅମିତ ରୋହିଦାସ ଅଲିମ୍ପିକ୍ସ ସେମି ଫାଇନାଲରେ ଦେଶ ପାଇଁ ଖେଳି ପାରିବେ ନାହିଁ। ଆସନ୍ତାକାଲି ରାତି ୧୦.୩୦ରେ ଭାରତ ଓ ଜର୍ମାନୀ ମଧ୍ୟରେ ଅଲିମ୍ପିକ୍ସ ସେମି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି।

Advertisment

ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିବା ସହ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା। ଏହା ବିରୋଧରେ ହକି ଇଣ୍ଡିଆ ଆବେଦନ କରିଥିଲା। କିନ୍ତୁ ଏହାକୁ ଅନ୍ତର୍ଜାତୀୟ ହକି ମହାସଂଘ ଅଗ୍ରାହ୍ୟ କରି ଦେଇଛି। ଏହାର ଅର୍ଥ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲରେ ଭାରତ ପାଇଁ ୧୬ ବଦଳରେ କେବଳ ୧୫ ଜଣ ଖେଳାଳି ଉପଲବ୍ଧ ରହିବେ।

ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ର ୧୭ମ ମିନିଟରେ ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିଥିଲା। ପୂରା ଘଟଣା ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଘଟିଥିଲା। ବ୍ରିଟେନର ଆଟାକୁ ପ୍ରତିହତ କରିବା ପାଇଁ ଅମିତ ବଲ ନେଉଥିବା ବେଳେ ହଠାତ୍ ତାଙ୍କୁ ୱିଲ କାଲନାନ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅମିତଙ୍କ ଷ୍ଟିକ କଲାନାନଙ୍କ ମୁଣ୍ଡରେ ବାଜିଥିଲା। ଖେଳ ବେଳେ ଏସବୁ ଘଟିଥିଲା। ପ୍ରାଥମିକ ଭାବେ ଫିଲ୍ଡରେ ଥିବା ରେଫରୀ ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। କିନ୍ତୁ ଟିଭି ଅମ୍ପାୟାର ଏହାକୁ ସମୀକ୍ଷା କରିବା ପରେ ଅମିତଙ୍କୁ ରେଡ କାର୍ଡ ଦେବା ପାଇଁ ରେଫରୀଙ୍କୁ କହିଥିଲେ।

Advertisment

ମ୍ୟାଚ୍‌ରେ ଭାରତ ଶୁଟ ଆଉଟରେ ବ୍ରିଟେନକୁ ହରାଇ ସେମିକୁ ଯାଇଥିଲା। ଏହାପରେ ହକି ଇଣ୍ଡିଆ ପକ୍ଷରୁ ଖରାପ ଅମ୍ପାୟାରିଂ ବିରୋଧରେ ଅଭିଯୋଗ କରାଯାଇଥିଲା। କିନ୍ତୁ ଏଫଆଇଏଚ୍‌ ଏହାକୁ ଅଗ୍ରାହ୍ୟ କରି ଦେଇଛି।

ଅମିତ ଏଫଆଇଆଚ୍‌ର ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଜାରି ନିଲମ୍ବନ ଆଦେଶ ଅବ୍ୟାହତ ରହିବ। ତେଣୁ ସେ ଆସନ୍ତାକାଲିର ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଏଫଆଇଏଚ କହିଛି।

Hockey Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe