Advertisment

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ଦୁଷ୍କର୍ମ କରିଥିବା ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଯୁବତୀ ଅଭିଯୋଗ ଆଣିଛନ୍ତି।

VARUN KUMAR

VARUN KUMAR

Advertisment

ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

Advertisment

ପୁଲିସ ସୂଚନା ଅନୁସାରେ, ବରୁଣ କୁମାର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ୫ ବର୍ଷ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଜଣକ ନିଜ ଅଭିଯୋଗରେ କହିଛନ୍ତି। ମହିଳାଙ୍କ କହିବା ମୁତାବକ, ୨୦୧୯ରେ ଇନ୍‌ଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ସେହି ସମୟରେ ତାଙ୍କର ବୟସ ୧୭ ବର୍ଷ ଥିଲା।

ଯୁବତୀ ଜଣଙ୍କ ଅଭିଯୋଗ ମୁତାବକ, ବରୁଣ ଯେତେବେଳେ ବି ବେଙ୍ଗାଲୁରୁ ସାଇ ଷ୍ଟାଡିୟମକୁ ମ୍ୟାଚ୍‌ ଖେଳିବା ପାଇଁ ଆସୁଥିଲେ ସେତେବେଳେ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ପୀଡିତଙ୍କ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ ବରୁଣ କୁମାରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।

Advertisment

ବରୁଣ କୁମାର ହେଉଛନ୍ତି ହିମାଚଳ ପ୍ରଦେଶର ବାସିନ୍ଦା। ସେ କିନ୍ତୁ ପଞ୍ଜାବର ଜାଳନ୍ଧରରେ ରୁହନ୍ତି। ବର୍ତ୍ତମାନ ବରୁଣ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଟ୍ରେସ୍‌ କରିବା ପାଇଁ ଚେଷ୍ଟା ଚଳାଇଥିବା ଅଧିକାରୀମାନେ କହିଛନ୍ତି।

Rape Alligation Varun Kumar Indian Hockey Player
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe