Advertisment

ହକି ବିଶ୍ୱକପ୍: ଭାରତୀୟ ଟିମ୍‌କୁ ଝଟକା, ବାଦ୍ ପଡ଼ିଲେ ହାର୍ଦ୍ଦିକ

ଚଳିତ ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭଲ ଖେଳିଥିଲେ ଷ୍ଟାର ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂହ

Hardik Singh

Hardik Singh

Advertisment

ଭାରତୀୟ ହକି ଟିମ୍‌କୁ ଲାଗିଛି ଶକ୍ତ ଝଟକା। ଓଡ଼ିଶାରେ ଚାଲିଥିବା ଚଳିତ ବିଶ୍ୱକପ୍‌ ହକିରେ ଆସନ୍ତାକାଲି ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ରସ୍‌ଓଭର ମ୍ୟାଚ୍ ଖେଳିବାକୁ ଥିବା ବେଳେ ଆସିଛି ଖରାପ ଖବର। ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂହ। ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି। ଚଳିତ ବିଶ୍ୱକପ୍‌ରେ ସେ ଆଉ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତେଣୁ ୱେଲ୍‌ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା।

Advertisment

ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି, ରାତାରାତି ଆମକୁ ଏଭଳି ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ ହାର୍ଦ୍ଦିକ ସିଂହ। ଏହା ସହିତ ଚଳିତ ହକି ବିଶ୍ୱକପ୍‌ରୁ ସେ ବାଦ୍ ପଡ଼ିଛନ୍ତି।

ସେ ଆହୁରି କହିଛନ୍ତି, ହାର୍ଦ୍ଦିକଙ୍କ ଆଘାତ ସେତେ ଗୁରୁତର ନୁହେଁ। କିନ୍ତୁ ଆମ ପାଖରେ ସମୟ ନାହିଁ। ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବଦଳରେ ଟିମ୍‌ରେ ରାଜ୍ କୁମାର ପଲ୍‌ଙ୍କୁ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ବ୍ୟକ୍ତିଗତ ସ୍ତରରେ ହାର୍ଦ୍ଦିକଙ୍କୁ ଦୁଃଖ ଦେଇଥିବ ନିଶ୍ଚୟ। କାରଣ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭଲ ଖେଳିଥିଲେ।

Advertisment

ଗତ ଗୁରୁବାର ଭୁବନେଶ୍ୱରରେ ୱେଲ୍ସ ବିପକ୍ଷରେ ଭାରତ ଖେଳିଥିଲା ଓ ଏହି ମ୍ୟାଚ୍‌କୁ ୪-୨ଗୋଲ୍‌ରେ ଜିତି ଥିଲା। ଏହା ସତ୍ତ୍ୱେ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ୍ସ ପର୍ଯ୍ୟାୟକୁ ଯାଇପାରି ନାହିଁ। କ୍ୱାର୍ଟର ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଏବେବି ଭାରତ ପାଖରେ ସୁଯୋଗ ରହିଛି। ଆସନ୍ତାକାଲି ଭୁବନେଶ୍ୱରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କ୍ରସ୍‌ଓଭର ମ୍ୟାଚ୍ ଥିବା ବେଳେ ଦଳକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ।

Indian Cricket Team Hockey Hockey World Cup Hardik Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe