Advertisment

୭ ବର୍ଷ ପରେ ଫେରିଲା ହକି ଇଣ୍ଡିଆ ଲିଗ୍

ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍‌ ।

Hockey

Hockey

Advertisment

୭ ବର୍ଷ ପରେ ଫେରିଛି ହକି ଇଣ୍ଡିଆ ଲିଗ୍। ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ। ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବ ଖେଳାଳି ନିଲାମ ।

Advertisment

ଏଥର ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ। ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍‌ ।

ପୁରୁଷ ବର୍ଗରେ ୮ଟି ଯାକ ଟିମକୁ ବିଭିନ୍ନ ଫ୍ରାଞ୍ଜଇଜ କିଣିସାରିଛନ୍ତି। ସେହିପରି ମହିଳା ବର୍ଗରେ ୪ଟି ଟିମ୍‌ ଘୋଷଣା ହୋଇଛି। ଆଉ ଦୁଇଟି ଦଳ ପରେ ଘୋଷଣା କରାଯିବ। ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଟିମ୍ ରହିବେ। ଓଡ଼ିଶାର ପୁରୁଷ ଟିମକୁ ବେଦାନ୍ତ ଲିମିଟେଡ୍‌ କିଣିଥିବା ବେଳେ ମହିଳା ଟିମ୍‌କୁ ନାଭୋୟାମ୍ ସ୍ପୋର୍ଟସ କିଣିଛି।

Advertisment

ପୁରୁଷ ବର୍ଗରେ ଓଡ଼ିଶା ବ୍ୟତୀତ ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ପଶ୍ଚିମ ବଙ୍ଗ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ ରହିଛି । ସେହିପରି ମହିଳା ବର୍ଗରେ ହରିଆଣା, ୱେଷ୍ଟ ବେଙ୍ଗଲ, ଦିଲ୍ଲୀ ଓ ଓଡ଼ିଶା ସମେତ ଆଉ ଦୁଇଟି ଦଳ ରହିବେ। ପ୍ରତି ଦଳରେ ରହିବେ ୨୪ ଜଣ ଖେଳାଳି। ସେମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ।

ଡିସେମ୍ବର ୨୮ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ଆସନ୍ତା ସଂସ୍କରଣର ଉଦଘାଟନୀ ସମାରୋହ ହେବ । ଆଉ ଫେବ୍ରୁଆରୀ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁଆରୀ ୨୬ ତାରିଖରେ ରାଞ୍ଚିରେ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe