Advertisment

ଏସିଆନ ଗେମ୍ସ: ଫାଇନାଲରେ ପୁରୁଷ ହକି ଟିମ, ଓଡ଼ିଆ ପୁଅ ଦେଲେ ଗୋଲ

ଫାଇନାଲରେ ପ୍ରବେଶ ସହ ହକି ଟିମ ଦେଶ ପାଇଁ ପଦକ ସୁନିଶ୍ଚିତ କରିଛି। ଉତ୍କଣ୍ଠାପୂର୍ଣ୍ଣ ସେମିରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି।

Hockey

Hockey

Advertisment

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଦବଦବା ଜାରି ରହିଛି। ଆଜି ଗୁରୁତ୍ୱପୂର୍ଣ୍ଣ ସେମିଫାନାଲରେ ଦଳ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଫାଇନାଲ ଟିକେଟ ହାତେଇଛି।

Advertisment

ଫାଇନାଲରେ ପ୍ରବେଶ ସହ ହକି ଟିମ ଦେଶ ପାଇଁ ପଦକ ସୁନିଶ୍ଚିତ କରିଛି। ଉତ୍କଣ୍ଠାପୂର୍ଣ୍ଣ ସେମିରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି।

ଆଜି ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ମ୍ୟାଚ୍‌ର ୧୧ତମ ମିନିଟରେ କୋରିଆନ ଡି’ ଭିତରେ ଗୁରଜନ୍ତ ସିଂହ ଚମତ୍କାର ଢଙ୍ଗରେ ବଲ କଲେକ୍ଟ କରିଥିଲେ। ଏହାପରେ ସେ ମନଦୀପ ସିଂହଙ୍କୁ ଏହା ପାସ୍‌ କରିଥିଲେ।

Advertisment

ମନଦୀପ ମଧ୍ୟ କୌଣସି ତ୍ରୁଟି ନ କରି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ। ୧୩ତମ ମିନିଟରେ ଦଳକୁ ପିସି ମିଳିଥିଲେ ହେଁ ଏହାକୁ ଭାରତ ଗୋଲରେ ପରିଣତ କରିପାରି ନଥିଲା। ତେବେ ୧୫ତମ ମିନିଟରେ ଲଳିତ ଉପାଧ୍ୟାୟ ଦଳ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ।

ଭାରତ ୩-୦ରେ ଆଗରେ ଥିବା ବେଳେ ୧୭ତମ ମିନିଟରେ କୋରିଆକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲି ଜୁଙ୍ଗଜୁନ ଗୋଲରେ ପରିଣିତ କରି ବ୍ୟବଧାନକୁ ୩-୧ କରିଥିଲେ। ୨୦ତମ ମିନିଟରେ କୋରିଆ ପାଇଁ ଜୁଙ୍ଗ ମାନଜେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ସ୍ଥିତି ୩-୨ ହୋଇଯାଇଥିଲା।

ଭାରତ କାଉଣ୍ଟର ଆଟାକ କରିବା ସହ ୨୪ତମ ମିନିଟରେ ପିସି ଆଦାୟ କରିଥିଲା। ଏହାକୁ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଲରେ ପରିଣତ କରି ହାଫଟାଇମ ସୁଦ୍ଧା ଭାରତକୁ ୪-୨ରେ ଆଗୁଆ କରି ଦେଇଥିଲେ। ହାଫଟାଇମ ପରେ ଭାରତ ଅପେକ୍ଷା କୋରିଆ ଆଟାକିଂ ଖେଳ ଖେଳିଥିଲା।

୪୨ତମ ମିନିଟରେ ଦଳକୁ ମିଳିଥିବା ପିସିକୁ ଜାଙ୍ଗ ଗୋଲରେ ପରିଣତ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ୪-୩ରେ କୋରିଆ ପଛରେ ଥିଲେ ହେଁ ଆଟାକ କରିବାକୁ ପଛାଇ ନଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡ ଲାଇନକୁ ଭେଦ କରିବା ଦଳ ପାଇଁ ସହଜ ନଥିଲା। ଶେଷ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଥିଲା।

ତଥାପି କେହି କାହାକୁ ୫୪ତମ ମିନିଟ ଯାଏ ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ। କିନ୍ତୁ ମ୍ୟାଚ୍‌ର ୫୪ତମ ମିନିଟରେ ଭାରତ ପାଇଁ ଅଭିଷେକ ଗୋଲ ସ୍କୋର କରି ଦଳର ଫାଇନାଲ ଟିକେଟ ଏକପ୍ରକାରର ପକ୍କା କରି ଦେଇଥିଲେ।

କୋରିଆ ଶେଷ ମୁହୂର୍ତ୍ତରେ ତା’ର ଗୋଲକିପରଙ୍କୁ କାଢ଼ି ଅଧିକ ଆଟାକ କରିଥିଲା। କିନ୍ତୁ ଭାରତ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ଶେଷରେ ଭାରତ ଏହି ମ୍ୟାଚ୍‌କୁ ୫-୩ରେ ଜିତି ଫାଇନାଲ ଟିକେଟ ହାସଲ କରିଛି।

ଦ୍ୱିତୀୟ ସେମିରେ ଜାପାନ ଓ ଚାଇନା ମଧ୍ୟରେ ଲଢ଼େଇ ହେବ। ଏହି ମ୍ୟାଚ୍‌ ଯେଉଁ ଦେଶ ଜିତିବ, ସେ ଭାରତ ସହ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବ।

Asian Games Update 19th Asian Games Asian Games Asian Games Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe