Advertisment

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଫାଇନାଲରେ ଭାରତ, ବୁଧବାର ଚାଇନାକୁ ଭେଟିବ

ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇ ୫୬ତମ ମିନିଟରେ ଲାରେମସିଆମିଙ୍କୁ ବଲ ପାସ୍‌ କରିବାରୁ ସେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ଫାନାଲରେ ଚାଇନାକୁ ଭେଟିବ।

Hockey

Hockey

Advertisment

ବିହାରରେ ଚାଲିଥିବା ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ। ଆଜି ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳ ୨-୦ରେ ଜାପାନକୁ ହରାଇ ଦେଇଛି। ୪୮ତମ ମିନିଟରେ ନବନୀତ କୌର ଓ ୫୬ତମ ନିନଟରେ ଲାରେମସିଆମିଙ୍କ ଗୋଲ ବଲରେ ଭାରତ ଫାଇନାଲ ଟିକେଟ ହାତେଇଛି।

Advertisment

ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇ ୫୬ତମ ମିନିଟରେ ଲାରେମସିଆମିଙ୍କୁ ବଲ ପାସ୍‌ କରିବାରୁ ସେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ଫାନାଲରେ ଚାଇନାକୁ ଭେଟିବ।

ଆଜି ସେମି ଫାଇନାଲ ଲଢ଼େଇରେ ଭାରତୀୟ ମହିଳା ଦଳ ଆରମ୍ଭରୁ ଆଟାକିଂ ହକି ଖେଳିଥିଲା। ଏକାଧିକ ଥର ଜାପାନର ସର୍କଲ ଭିତରେ ଭାରତୀୟ ଟିମ ପ୍ରବେଶ କରିଥିଲା। ନବନୀତ ଓ ସିଙ୍ଗୀତା ଜାପାନ ଗୋଲକୁ ଟାର୍ଗେଟ କରିଥିଲେ ହେଁ ଗୋଲକିପର ସବୁ କିଛି ଭଣ୍ତୁର କରିଦେଇଥିଲେ। ଏହାପରେ ମଧ୍ୟ ଭାରତୀୟ ଟିମ ବଲକୁ ଅଧିକାଂଶ ସମୟ ନିଜ ନିୟନ୍ତ୍ରଣରେ ରଖିଥିଲା।

Advertisment

ପ୍ରଥମ କ୍ୱାର୍ଟର ସରିବାକୁ ୪ ମିନିଟ ବାକି ଥିବା ବେଳେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ନବନୀତଙ୍କ ଶଟ ଗୋଲପୋଷ୍ଟ ଉପରେ ଚାଲି ଯାଇଥିଲା। ଗୋଟିଏ ମିନିଟ ପରେ ଭାରତ ପୁଣି ପିସି ପାଇଥିଲା। କିନ୍ତୁ ଦୀପିକାଙ୍କ ଫ୍ଲିକକୁ ଜାପାନ ଗୋଲକିପର ୟୁ କୁଡୋ ବେଶ ସହଜରେ ଅଟକାଇ ଦେଇଥିଲେ। ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଥିଲା। ଭାରତ ଏକାଧିକ ପିସି ଓ ଗୋଲ କରିବାର ସୁଯୋଗ ପାଇଥିଲା। କିନ୍ତୁ କୌଣସି ଶଟରେ ଦଳକୁ ସଫଳତା ମିଳି ନଥିଲା। ପ୍ରଥମ ହାଫ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନଥିଲେ।

ତୃତୀୟ କ୍ୱାର୍ଟରରେ ଭାରତ ଖେଳୁକ ସାମାନ୍ୟ ଧୀମା କରିଦେଇଥିଲା। ତଥାପି ଦଳକୁ ଗୋଲ କରିବା ପାଇଁ ଅପୂର୍ବ ସୁଯୋଗ ମିଳିଥିଲା। କିନ୍ତୁ ଜାପାନ ଡିଫେନ୍ସ ଭାରତକୁ କୌଣସି ଗୋଲ କରିବାକୁ ଦେଇ ନଥିଲା। ତୃତୀୟ କ୍ୱାର୍ଟର ସରିବାକୁ ୪ ମିନିଟ ବାକି ଥିବା ବେଳେ ଦୀପିକା ଚମତ୍କାର ଢଙ୍ଗରେ ବଲକୁ ନେଇ ଜାପାନର ଡି ଭିତରେ ପଶିଥିଲେ। କିନ୍ତୁ ତାଙ୍କ ଶଟ ଗୋଲ ପୋଷ୍ଟ ଉପରେ ଚାଲି ଯାଇଥିଲା।

୪ର୍ଥ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଭାରତକୁ ମିଳିଥିଲା ସଫଳତା। ଦୀପିକା ଜାପାନର ଡି’ ମଧ୍ୟରେ ଫାଉଲର ଶିକାର ହେବାରୁ ଭାରତକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ। ଏହାକୁ ନବନୀତ କୌର ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଭାରତ ୧-୦ରେ ଆଗରେ ଥିଲେ ହେଁ ଆଟାକ କମ କରି ନଥିଲା। ମ୍ୟାଚ୍‌ ଶେଷ ହେବାକୁ ୫ ମିନିଟରୁ କମ ସମୟ ଥିବା ବେଳେ ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇଥିଲେ। ସେ ଜାପାନର ଦୁଇ ଜଣ ଡିଫେଣ୍ଡରଙ୍କୁ ଡାହାଣ ପାଖରେ ମାତ ଦେଇ ବଲକୁ ଚମତ୍କାର ଢଙ୍ଗରେ ଲାରେମସିଆମିଙ୍କୁ ପାସ କରିଥିଲେ। ସେ ମଧ୍ୟ ସୁଯୋଗ ହାତ ଛଡ଼ା ନ କରି ଉକ୍ତ ପାସ୍‌କୁ ଗୋଲରେ ପରିଣତ କରି ଦେଇଥିଲେ।

ଭାରତ ୨-୦ରେ ଆଗୁଆ ଥିବା ବେଳେ ଜାପାନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଭାରତର ଗୋଲକିପର ଜାପାନର ଶଟକୁ ପଣ୍ଡ କରିବା ସହ ଦଳର ଫାଇନାଲ ଟିକେଟକୁ ନିଶ୍ଚିତ କରିଥିଲେ।

Hockey Indian Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe