Advertisment

ହରମନପ୍ରୀତ ଓ ମନଦୀପଙ୍କ ହ୍ୟାଟ୍ରିକ, ୧୨-୦ରେ ମ୍ୟାଚ ଜିତି ସେମିରେ ଭାରତ

ଏଫଆଇଏଜ ୱାର୍ଲଡ ହକି ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ଭାରତ ଶନିବାର ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦-୨ ଗୋଲରେ ହରାଇଥିଲା।

Hockey

Hockey

Advertisment

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଅଭିଯାନ ଜାରି ରହିଛି। ଆଜି ଦଳ ଶେଷ ଗ୍ରୁପ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ଏକତରଫା ଭାବେ ୧୨-୦ ଗୋଲରେ ପରାସ୍ତ କରିଛି।

Advertisment

ଏହି ବିଜୟ ସହ ଟେବୁଲ ଟପ୍ପର ଭାବେ ଭାରତୀୟ ଟିମ ଏସିଆନ ଗେମ୍ସ ହକିର ସେମି ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଦଳର ମୁକାବିଲା ଚାଇନା କିମ୍ବା କୋରିଆ ସହ ହୋଇପାରେ।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ ସିଂହ(୨,୪ ଓ ୩୨ତମ ମିନିଟ) ଓ ଫରୱାର୍ଡ ମନଦୀପ ସିଂହ(୧୮,୨୪ ଓ ୪୬ତମ ମିନିଟ) ହ୍ୟାଟ୍ରିକ ଗୋଲ କରିଛନ୍ତି।

Advertisment

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ(୨୮ତମ ମିନିଟ), ଲଳିତ ଉପାଧ୍ୟାୟ(୨୩ତମ ମିନିଟ), ଅଭିଷେକ(୪୧ ଓ ୫୭ତମ ମିନିଟ), ନୀଲକଣ୍ଠ ଶର୍ମା(୪୭ ମିନିଟ) ଓ ସୁମିତ(୫୬ତମ ମିନିଟ) ମଧ୍ୟ ଗୋଲ ସ୍କୋର କରି ନିଜର ଜଲୱା ଦେଖାଇଛନ୍ତି।

ଏହି ବିଜୟ ସହ ଭାରତ ଗ୍ରୁପ ପର୍ଯ୍ୟାୟରେ ଖେଳିଥିବା ସମସ୍ତ ୫ ମ୍ୟାଚ୍‌ ଜିତି ୧୫ ପଏଣ୍ଟ ପାଇ ୧ନଂ ସ୍ଥାନରେ ରହିଛି। ଭାରତୀୟ ହିକ ଟିମ ବୁଧବାର ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ରହିବାକୁ ଥିବା ଦଳ ସହ ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

ବର୍ତ୍ତମାନ ଏଫଆଇଏଜ ୱାର୍ଲଡ ହକି ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ଭାରତ ଶନିବାର ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦-୨ ଗୋଲରେ ହରାଇଥିଲା। ଏହାପୂର୍ବରୁ ଦଳ ଉଜବେକିସ୍ତାନକୁ ୧୬-୦, ସିଙ୍ଗାପୁରକୁ ୧୬-୧ ଓ ଜାପାନକୁ ୪-୨ରେ ହରାଇଥିଲା।

Asian Games Update 19th Asian Games Asian Games Asian Games Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe