Advertisment

ଜାପାନ ଠାରୁ ପ୍ରତିଶୋଧ ନେଲା ଭାରତୀୟ ମହିଳା ହକି ଟିମ, ଜିତିଲା ବ୍ରୋଞ୍ଜ

ଦଳ ଆଜି ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି। ୨୦୧୮ରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା।

asian Games

asian Games

Advertisment

ଭାରତୀୟ ମହିଳା ହକି ଟିମର ମଧୁର ପ୍ରତିଶୋଧ। ୨୦୧୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍‌କୁ ଜାପାନ ଫାଇନାଲରେ ହରାଇ ଦେଇଥିଲା। ଏଥର କିନ୍ତୁ ୨୦୨୩ ଏସିଆନ ଗେମ୍ସରେ ଭାରତ ସେହି ଜାପାନ ଠାରୁ ପ୍ରତିଶୋଧ ନେଇଛି।

Advertisment

ଦଳ ଆଜି ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି। ୨୦୧୮ରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା।

ଏଥର ଦଳ ସେମି ଫାଇନାଲକୁ ଯାଇଥିଲେ ହେଁ ଚାଇନା ଠାରୁ ହାରି ଯାଇଥିଲା। ଫଳରେ ସବିତା ପୁନିଆଙ୍କ ଭାରତୀୟ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଲଢ଼େଇ କରିବାକୁ ପଡ଼ିଥିଲା। ଜାପାନ ୨୦୧୮ରେ ଭାରତକୁ ୨-୧ରେ ହରାଇଥିଲା। ଏବେ ଭାରତ ସମାନ ୨-୧ରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି।

Advertisment

ଆଜିର ବ୍ରୋଞ୍ଜ ଲଢ଼େଇରେ ଭାରତ ପାଇଁ ଦୀପିକା ଓ ସୁଶୀଲା ଚାନୁ ସ୍କୋର କରିଛନ୍ତି। ଜାପାନ ପାଇଁ ଏକମାତ୍ର ଗୋଲ ଅଧିନାୟକ ନାଗାଇ ୟୁରି ଦେଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା।

ଦଳ ପାଇଁ ପ୍ରଥମ ଗୋଲ ମ୍ୟାଚର ୫ମ ମିନିଟରେ ଦୀପିକା କରିଥିଲେ। ଏହାପରେ ଜାପାନ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଏହାକୁ ପଣ୍ଡ କରି ଦେଇଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧାର ଭାରତ ୧-୦ରେ ଆଗରେ ଥିଲା। କିନ୍ତୁ ଠିକ ହାଫ ଟାଇମ ପୂର୍ବରୁ ଜାପାନ ପାଇଁ ନାଗାଇ ଗୋଲ କରି ସ୍ଥିତିକୁ ବରାବର କରି ଦେଇଥିଲେ।

ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟରର ୫ମ ମିନିଟରେ ଅର୍ଥାତ ମ୍ୟାଚ୍‌ର ୫୦ତମ ମିନିଟରେ ଭାରତକୁ ପିସି ମିଳିଥିଲା। ଏହାକୁ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ବେଶ ଚମତ୍କାର ଢଙ୍ଗରେ ମାରିଥିଲେ ଓ ସୁଶୀଲା ଚାନୁ ବେଶ ଭଲ ଭାବେ ବଲର ଦିଗକୁ ଷ୍ଟିକରେ ମାରି ବୁଲାଇ ଦେଇଥିଲେ। ଫଳରେ ଜାପାନ ଗୋଲ କିପର ଏହାକୁ ଅଟକାଇବାକୁ ସକ୍ଷମ ହୋଇ ନଥିଲେ।

ଭାରତ ୨-୧ରେ ଆଗୁଆ ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ଜାପାନ ଅଲଆଉଟ ଆଟାକ କରିଥିଲା। କିନ୍ତୁ ଦଳକୁ କିଛି ବି ଫାଇଦା ମିଳି ନଥିଲା। ଭାରତ ମଧ୍ୟ କାଉଣ୍ଟର ଆଟାକ କରିଥିଲା। ଭାରତକୁ ଶେଷ ମିନିଟରେ ପିସି ମିଳିଥିଲା। ହେଲେ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲେ। ତଥାପି ଭାରତୀୟ ମହିଳା ଟିମ ଏସିଆନ ଗେମ୍ସ ହକିରେ ବ୍ରୋଞ୍ଜ ଜିତିବାକୁ ସକ୍ଷମ ହୋଇଛି।

ମହିଳାଙ୍କ ପୂର୍ବରୁ ପୁରୁଷ ହକି ଟିମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ଭାରତୀୟ ପୁରୁଷ ଟିମ ଜାପାନକୁ ୫-୧ରେ ହରାଇଥିଲା।

Asian Games Update 19th Asian Games Asian Games Asian Games Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe