Advertisment

ବିଶ୍ୱକପ୍‌ ହକି: ଜାପାନକୁ ୮-୦ରେ ହରାଇଲା ଭାରତ

ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା।

author-image
Jitendra Garnayak
Indian Hockey Team

Indian Hockey Team

କ୍ରସ୍ ଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଚଳିତ ହକି ବିଶ୍ୱକପ୍‌ ରେସ୍‌ରୁ ବାଦ୍ ପଡ଼ି ସାରିଥିବା ଭାରତୀୟ ହକି ଦଳ ଆଜି ଏକ କ୍ଲାସିଫିକେସନ୍ ମ୍ୟାଚ୍‌ରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଛି।

Advertisment

ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ହାପ୍‌ ଟାଇମ୍ ବିନା ଗୋଲ୍‌ରେ ଶେଷ ହୋଇଥିଲା। ତେବେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ୪ଟି ଲେଖାଏଁ ଗୋଲ୍ ଦେଇଥିଲା ଭାରତ।

ଖେଳର ୩୨ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ ମନଦୀପ ସିଂହ। ତାଙ୍କର ଏହି ଗୋଲ୍‌ ପରେ ତୃତୀୟ କ୍ୱାର୍ଟରରେ ଆଉ ୩ଟି ଗୋଲ୍ ହୋଇଥିଲା। ଏହି ଉତ୍ସାହକୁ ବଜାୟ ରଖି ଦଳ ଚତୁର୍ଥ କ୍ୱାର୍ଟର ଖେଳିଥିଲା ଓ ଆଉ ୪ଟି ଗୋଲ୍ ଦେଇଥିଲା।

Advertisment

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ଅଭିଷେକ ଦୁଇଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ମନଦୀପ ସିଂହ, ମନପ୍ରୀତ ସିଂହ, ସୁଖଜିତ ସିଂହ ଓ ବିବେକ ସାଗର ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

India Hockey Japan World Cup Hockey