Advertisment

ଅଲିମ୍ପିକ୍ସ: ସଂଘର୍ଷପୂର୍ଣ୍ଣ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଟିମ

ଭାରତ ପାଇଁ ମନଦୀପ ସିଂହ, ବିବେକ ସାଗର ଓ ଅଧିନାୟକ ହରମନପ୍ରୀତ ସିଂହ ଗୋଲ ସ୍କୋର କରିଛନ୍ତି।

author-image
Hemant Lenka
Hockey

Hockey

ଅଲିମ୍ପିକ୍ସରେ ସଂଘର୍ଷପୂର୍ଣ୍ଣ ବିଜୟରୁ ଅଭିଯାନ ଆରମ୍ଭ କରି ଭାରତୀୟ ହିକ ଟିମ। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଖାତା ଖୋଲିଛି। ଭାରତ ପାଇଁ ମନଦୀପ ସିଂହ, ବିବେକ ସାଗର ଓ ଅଧିନାୟକ ହରମନପ୍ରୀତ ସିଂହ ଗୋଲ ସ୍କୋର କରିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାମ ଲେନ ଓ ସିମୋନ ଚିଲ୍ଡ ଗୋଲ ଦେଇଛନ୍ତି।

Advertisment

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଟିମ ପାଖରେ ଅଧିକାଂଶ ସମୟ ବଲ ରହିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ କ୍ୱାର୍ଟରରେ ପ୍ରଥମେ ଗୋଲ କରିଥିଲା। ଦଳ ପକ୍ଷରୁ ୮ମ ମିନିଟରେ ସାମ ଲେନ ସ୍କୋର କରି ନ୍ୟୁଜିଲ୍ୟାଣ୍ଡକୁ ୧-୦ରେ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଟାକ କରିଥିଲା।

୨୩ତମ ମିନିଟ୍‌ରେ ହରମନପ୍ରୀତ ସିଂହ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସିଧା ଗୋଲରେ ପରିଣତ କରିପାରି ନଥିଲେ। କିନ୍ତୁ ରିବାଉଣ୍ଡରେ ମନଦୀପ ସିଂହ ଗୋଲ ସ୍କୋର କରି ସ୍ଥିତି ୧-୧ରେ ବରାବର କରିଥିଲେ। ଏହା ଅନ୍ତର୍ଜାତୀୟ ହକିରେ ମନଦୀପଙ୍କ ୧୧୭ତମ ଗୋଲ ଥିଲା।

Advertisment

ତୃତୀୟ କ୍ୱାର୍ଟରରେ ଆଟାକ ଓ କାଉଣ୍ଟର ଆଟା ଦେଖିବାକୁ ମିଳିଥିଲା। ଏହି କ୍ୱାର୍ଟରରେ ଭାରତ ପାଇଁ ବିବେକ ସାଗର ଗୋଲ କରି ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲେ। କିନ୍ତୁ ମ୍ୟାଚ୍‌ ସରିବାକୁ ୧୦ ମିନିଟ ସମୟ ଥିବା ବେଳେ ସିମୋନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ବରାବର କରି ଦେଇଥିଲେ।

ଲାଗୁଥିଲା ମ୍ୟାଚ୍‌ ଡ୍ର ରହିବ। କିନ୍ତୁ ହାର ମାନିବା ମୁଡରେ ନଥିଲା ଭାରତ। ବାରମ୍ବାର ଆଟାକ କରି ଦଳ ଲଗାତର ୨ଟି ପିସି ପାଇଥିଲା। କିନ୍ତୁ ଏହା ଗୋଲରେ ପରିଣତ ହୋଇ ନଥିଲା।

ମ୍ୟାଚ୍‌ ସରିବାକୁ ୨ ମିନିଟରୁ କମ ସମୟ ବାକିଥିବା ବେଳେ ଭାରତକୁ ମିଳିଥିବା ପିସିକୁ ହରମନପ୍ରୀତ ସିଂହ ପେନାଲ୍ଟି ଷ୍ଟ୍ରୋକରେ ପରିଣତ କରି ଦେଇଥିଲେ। ଏହାକୁ ସେ ନିଜେ ଗୋଲରେ ପରିଣତ କରି ସ୍ଥିତି ୩-୨ କରିଥିଲେ। ଏଥିସହ ଭାରତର ବିଜୟ ମଧ୍ୟ ଏକପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ଶେଷ ଦେଢ଼ ମିନିଟ ବିନା ଗୋଲକିପରରେ ଖେଳି ନିଜର ଆଟାକକୁ ଜୋରଦାର କରିଥିଲା। କିନ୍ତୁ ଭାରତର ରକ୍ଷଣ ବିଭାଗ ସବୁ କିଛିକୁ ଭଣ୍ଡୁର କରି ଦେଇଥିଲା। ଶେଷରେ ଭାରତ ୩-୨ରେ ମ୍ୟାଚ୍‌ ଜିତି ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବାକୁ ସକ୍ଷମ ହୋଇଛି।

Olympics Paris Olympics 2024 Paris Olympic Paris Olympics