Advertisment

ଭାରତୀୟ ହକି ଟିମର କ୍ରମାଗତ ଦ୍ୱିତୀୟ ବିଜୟ: ଜାପାନକୁ ୫-୧ରେ ହରାଇଲା

ପ୍ରଥମ ମ୍ୟାଚ୍‌ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା ଭାବେ ୫-୧ରେ ଚିତ କରିଛି।

Hockey

Hockey

Advertisment

ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା ଭାବେ ୫-୧ରେ ଚିତ କରିଛି। ଆଜିର ମ୍ୟାଚ୍‌ରେ ଭାରତୀୟ ହକି ଟିମ ଆରମ୍ଭରୁ ହିଁ ନିଜ ଦବଦବା ଦେଖାଇଥିଲା। ପ୍ରଥମ ୨ ମିନିଟରେ ୨ଟି ଗୋଲ ସ୍କୋର କରି ଦଳ ଅଗ୍ରଣୀ ହାସଲ କରିଥିଲା।

Advertisment

ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଦଳ ଆଉ ଗୋଟିଏ ଗୋଲ କରି ଲିଡ୍‌କୁ ୩-୦ କରି ନେଇଥିଲା। ହାଫ ଟାଇମ ସୁଦ୍ଧା ୦-୩ରେ ପଛରେ ଥିବା ଜାପାନ କମବ୍ୟାକ କରିବାକୁ ଚେଷ୍ଟା କରିଥିଲା। ଏଥିସହ ତୃତୀୟ କ୍ୱାର୍ଟର ସରିବାକୁ ୪ ମିନିଟ ବାକି ଥିବା ବେଳେ କାଜୁମାସା ମାଟସୁମୋଟୋ ଗୋଟିଏ ଗୋଲ ଦେଇଥିଲେ।

ଶେଷ ତଥା ୪ର୍ଥ କ୍ୱାର୍ଟରରେ ଜାପାନ ଆଟାକ କରିଥିଲେ ହେଁ ଭାରତ ସବୁ କିଛି ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ବରଂ ଏହି କ୍ୱାର୍ଟରରେ ଉତ୍ତମ ସିଂହ ଓ ସୁଖଜୀତ ସିଂହ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ। ଶେଷରେ ଭାରତ ୫-୧ରେ ମ୍ୟାଚ୍‌ ଜିତିବା ସହ ଜାପାନ ବିପକ୍ଷରେ ନିଜର ୧୦୦% ବିଜୟ ରେକର୍ଡ ବଳବତ୍ତର ରଖିଛି।

Advertisment

ଭାରତ ପକ୍ଷରୁ ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ ସୁଖଜୀତ ସିଂହ ଓ କିଛି ସେକେଣ୍ଡ ମଧ୍ୟରେ ଅଭିଷେକ ଗୋଲ କରିଥିଲେ। ମ୍ୟାଚ୍‌ର ୧୭ ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଞ୍ଜୟ ଗୋଲରେ ପରିଣତ କରିଥିଲେ।

ଶେଷ କ୍ୱାର୍ଟରରେ ଜରମନପ୍ରୀତଙ୍କ ସୁନ୍ଦର ପାସକୁ ଗୋଲରେ ବଦଳାଇ ଉତ୍ତମ ସିଂହ(୫୪ତମ ମିନିଟ) ଭାରତକୁ ୪-୧ରେ ଆଗୁଆ କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ଆଉ ମାତ୍ର କିଛି ସେକେଣ୍ଡ ଥିବା ବେଳେ ସୁଖଜୀତ ମ୍ୟାଚ୍‌ରେ ଦ୍ୱିତୀୟ ଓ ଦେଶ ପାଇଁ ୫ମ ଗୋଲ ସ୍କୋର କରିଥିଲେ।

ଭାରତ ଆସନ୍ତା ବୁଧବାର ଏସିଆନ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ମ୍ୟାଚ୍‌ରେ ମ୍ୟାଲେସିୟାକୁ ଭେଟିବ। ମଙ୍ଗବାରକୁ ବିଶ୍ରାମ ଦିବସ ଭାବେ ରଖାଯାଇଛି। 

Hockey Indian Hockey Indian Hockey Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe