Advertisment

ଚାଇନାକୁ ଚିତ କରି ଭାରତ ଚାମ୍ପିୟନ

ଚାଇନାକୁ ଚିତ କରି ରେକର୍ଡ ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ କବଜା କରିଛି ଭାରତ।

ଅଦ୍ୟତନ ହୋଇଛି
Team India

Team India

Advertisment

କମାଲ କରିଛି ଭାରତୀୟ ପୁରୁଷ ହକି ଟିମ। ଚାଇନାକୁ ଚିତ କରି ରେକର୍ଡ ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ କବଜା କରିଛି ଭାରତ। ଘରୋଇ ପରିବେଶରେ ଚାଇନା ପ୍ରଥମ ଥର ଫାଇନାଲ ଖେଳୁଥିଲେ ହେଁ ଅପରାଜେୟ ଭାରତକୁ ଚାମ୍ପିୟନ ହେବାରୁ ରୋକି ପାରିନି।

Advertisment

ଆଜି ଫାଇନାଲରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡ଼ା ସଂଘର୍ଷ ସହ ଚାଇନାକୁ ୧-୦ରେ ହରାଇ ଟ୍ରଫି ଜିତିଛି। ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହି ଗୋଲଟି ଶେଷ କ୍ୱାର୍ଟର(୫୧ତମ ମିନିଟ)ରେ ହିଁ ମିଳିଥିଲା।

ଚାଇନା ପ୍ରଥମଥର ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା। ବିଶେଷ କରି ଚାଇନାର ଗୋଲ କିପର ଏକାଧିକ ଗୋଲକୁ ରୋକିବାକୁ ସକ୍ଷମ ହୋଇଥିଲେ। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା। ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି।

୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି। ଦଳକୁ କେବଳ ୨୦୧୨ରେ ରନର୍ସ ଅପ ହେବାକୁ ପଡ଼ିଥିଲା। ସେହିପରି ୨୦୧୩ରେ ଦଳ ଫାଇନାଲକୁ ଯାଇ ପାରି ନଥିଲା।

ଏହି ୨ ବିପର୍ଯ୍ୟୟକୁ ଛାଡ଼ି ଦେଲେ ଭାରତ ସବୁ ସଂସ୍କରଣରେ ନିଜର ଦବଦବା ଦେଖାଇ ଚାଲିଛି। ଏଥର ମଧ୍ୟ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହି ଟ୍ରଫି ହାସଲ କରିଛି। 

ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ହକି ଇଣ୍ଡିଆ ପକ୍ଷରୁ ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ଦଳ ପାଇଁ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ବିଜୟୀ ଟିମରେ ଥିବା ସମସ୍ତ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ମିଳିବ। ସେହିପରି ସପୋର୍ଟ ଷ୍ଟାଫଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ହକି ଇଣ୍ଡିଆ ଘୋଷଣା କରିଛି। 

Asian Championships Hockey Indian Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe