Hockey
ଚାଇନାରେ ଚାଲିଥିବାର ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମର ଦବଦବା ଜାରି ରହିଛି। ଟୂର୍ଣ୍ଣାମେଣ୍ଟରେ ଦଳ ହାସଲ କରିଛି ହ୍ୟାଟ୍ରିକ ବିଜୟ। ହ୍ୟାଟ୍ରିକ ବିଜୟ ସହ ଦଳ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ଦଳ ମାଲେସିୟା ବିପକ୍ଷରେ ଗୋଲ ବର୍ଷା କରିଛି। ଡିଫେଣ୍ଡିଂ ଚାମ୍ପିୟନ ଭାରତ ୮-୧ରେ ମାଲେସିୟାକୁ ପରାସ୍ତ କରି ନିଜର ଅପରାଜୟ ଧାରା ବଳବତ୍ତର ରଖିଛି।
ଭାରତ ପକ୍ଷରୁ ରାଜ କୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ ଅରାଇଜିତ ସିଂହ ହୁଣ୍ଡାଲ ୨ଟି, ଯୁଗରାଜ ସିଂହ, ହରମନପ୍ରୀତ ସିଂହ ଓ ଉତ୍ତମ ସିଂହ ଗୋଟିଏ ଲେଖାଏ ଗୋଲ କରିଛନ୍ତି। ମ୍ୟାଚ୍ର ତୃତୀୟ ମିନିଟରେ ରାଜ କୁମାର ପାଲ ଭାରତ ପାଇଁ ଖାତା ଖୋଲିଥିଲେ।
ଏହାପରେ ୬ଷ୍ଠ ମିନିଟରେ ହୁଣ୍ଡାଲ ଓ ୭ମ ମିନିଟରେ ଯୁଗରାଜ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅଧିନାୟକ ହରମନପ୍ରୀତ ସିଂହଙ୍କ ଷ୍ଟିକରୁ ଗୋଲ ବାହାରିଥିଲା। ସେ ୨୨ତମ ମିନିଟରେ ଗୋଲ କରିଥିଲେ। ୨୫ତମ ମିନିଟରେ ରାଜ କୁମାର ମ୍ୟାଚ୍ରେ ନିଜର ଦ୍ୱିତୀୟ ଗୋଲ ଦେଇଥିଲେ।
୩୩ତମ ମିନିଟରେ ସେ ଆଉ ଏକ ଗୋଲ ସ୍କୋର କରି ହ୍ୟାଟ୍ରିକ ହାସଲ କରିଥିଲେ। ଏସବୁ ଭିତରେ ୩୪ତମ ମିନିଟରେ ମାଲେସିୟା ପକ୍ଷରୁ ଅଖିମୁଲ୍ଲା ଅନୌର ଗୋଲ ଦେଇଥିଲେ। କିନ୍ତୁ ୩୯ତମ ମିନିଟରେ ହୁଣ୍ଡାଲ ଓ ୪୦ତମ ମିନିଟରେ ଉତ୍ତମ ସିଂହ ଗୋଲ ଦେଇ ସ୍ଥିତ ୮-୧ କରି ଦେଇଥିଲେ।
୪ର୍ଥ କ୍ୱାର୍ଟରରେ ମାଲେସିୟା ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇନ ନଥିଲା। ଭାରତ ୮-୧ରେ ମ୍ୟାଚ୍ କବଜା କରି ପୂର୍ବଭଳି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିଛି। ଭାରତ ପାଖରେ ଏବେ ୯ ପଏଣ୍ଟ ରହିଛି।
୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ୧୬ ତାରିଖରେ ଓ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hockey__1726048539.jpg)