/odisha-reporter/media/post_attachments/uploadimage/library/16_9/16_9_0/Hockey_1691772102.jpg)
Hockey
ଜାପାନକୁ ଏକତରଫା ଭାବେ ମାତ ଦେଇ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ। ସେମି ଫାଇନାଲରେ ଦଳ ୨୦୨୧ର ରନର୍ସ ଅପ ଜାପାନକୁ ୫-୦ରେ ଗୋଲରେ ମାତ ଦେଇଛି।
ଦଳ ପକ୍ଷରୁ ଲୋକାଲ ବୟସ କାରତି ମଧ୍ୟ ଆଜି ଗୋଲ ସ୍କୋର କରିଛନ୍ତି। ସେ ୫୦ତମ ମିନିଟରେ ଫିଲ୍ଡ ଗୋଲ ଦେଇଛନ୍ତି। ଏହାବାଦ ଦଳ ପକ୍ଷରୁ ଆକାଶଦୀପ ସିଂହ (୧୯ମ ମନିଟ), ଅଧିନାୟକ ହରମନପ୍ରୀତ ସିଂହ(୨୩ତମ ମିନିଟ), ମନଦୀପ ସିଂହ(୩୦ତମ ମିନିଟ) ଓ ସୁମିତ(୩୯ତମ ମିନିଟ) ଗୋଲ ସ୍କୋର କରିଛନ୍ତି। ଜାପାନ ଗୋଟିଏ ହେଲେ ଗୋଲ ଦେବାକୁ ସକ୍ଷମ ହୋଇନାହିଁ।
ଏବେ ଦଳ ଫାଇନାଲରେ ମାଲେସିୟାକୁ ଭେଟିବ। ପ୍ରଥମ ସେମିରେ ମାଲେସିୟା ୨୦୨୧ର ଚାମ୍ପିୟନ କୋରିଆରକୁ ୬-୨ରେ ହରାଇ ଫାଇପାଲରେ ପ୍ରବେଶ କରିଥିଲା।
ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ସେମି ଫାଇନାଲରେ ଭାରତ ଆରମ୍ଭରୁ ତା’ର ଦବଦବା ଦେଖାଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଦଳ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର୍ରେ ଦଳ ୩ଟି ଗୋଲ ସ୍କୋର କରି ଜାପାନକୁ ପୂରା ବ୍ୟାକଫୁଟକୁ ଠେଲି ଦେଇଥିଲା।
ପ୍ରଥମେ ୧୯ତମ ମିନିଟରେ ଆକାଶଦୀପ ଫିଲ୍ଡ ଗୋଲ ଦେଇଥିଲେ। ଏହାପରେ ୨୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ।
୩୦ତମ ମିନିଟରେ ଦଳ ପୁଣି ଫିଲ୍ଡ ଗୋଲ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ବେଶ ଚମତ୍କାର ଢଙ୍ଗରେ ମନଦୀପ ସିଂହକୁ ବଲ ପାସ୍ କରିଥିଲେ। ସେ ମଧ୍ୟ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ। ସେ ଗୋଲ ଦେଇ ହାଫ ଟାଇମ ସୁଦ୍ଧା ସ୍ଥିତିକୁ ୩-୦ରେ ଭାରତ ସପକ୍ଷରେ କରିଥିଲେ।
ଦ୍ୱିତୀୟ ହାଫରେ ଜାପାନ ରଣନୀତି ବଦଳାଇଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡରଙ୍କୁ ମାତ ଦେବା ଟୋକିଓ ପ୍ରତି ସମ୍ଭବ ହୋଇ ନଥିଲା। ମ୍ୟାଚ୍ର ୩୯ମ ମିନିଟରେ ପୁଣି ମନପ୍ରୀତ ଆଟାକ କରିଥିଲେ। ସେ ଜାପାନର ରକ୍ଷରଭାଗକୁ ଭେଦ କରିବା ସହ ସୁମିତକୁ ଡି’ ଭିତରେ ବଲ୍ ପାସ କରିଥିଲେ। ଏହାକୁ ସେ ଗୋଲରେ ପରିଣତ କରି ଭାରତକୁ ୪-୦ରେ ଆଗୁଆ କରି ଦେଇଥିଲେ। ତୃତୀୟ କ୍ୱାର୍ଟର୍ରେ ଦଳ ଏହି ଗୋଟିଏ ଗୋଲ କରିଥିଲା।
୪ର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ତା’ର ଜଲୱା ଦେଖାଇଥିଲା। ଲୋକାଲ ବୟ କାରତି ୫୦ତମ ମିନିଟରେ କମାଲ କରିଥିଲେ। ହରମନପ୍ରୀତଙ୍କ ଗୋଟିଏ ଏରିଆଲ ପାସ୍କୁ ସେ ବେଶ ଚମତ୍କାର ଢଙ୍ଗରେ ପ୍ରଥମେ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହାପରେ ଏହାକୁ ସିଧା ଜାପାନ ଗୋଲ ପୋଷ୍ଟକୁ ମାରିଥିଲେ।
କାରତି ଗୋଲ ସ୍କୋର କରିବା ମାତ୍ରେ ପୂରା ଷ୍ଟାଡିୟମ ଖୁସିରେ ନାଚି ଉଠିଥିଲା। ଏଥିସହ ଭାରତର ବିଜୟ ମଧ୍ୟ ଏକ ପ୍ରକାରର ସୁନିଶ୍ଚିତ ହୋଇ ଯାଇଥିଲା। ଶେଷ ୧୦ ମିନିଟ ମଧ୍ୟ ଭାରତ ଫୁଲ ଦମରେ ଲଢ଼େଇ କରିଥିଲା। ଅବଶ୍ୟ ଦଳ ଆଉ କୌଣସି ଗୋଲ କରିବାକୁ ସକ୍ଷମ ହୋଇ ନଥିଲା। ଶେଷରେ ୫-୦ରେ ଜାପାନକୁ ହରାଇ ଭାରତୀୟ ଟିମ ଫାଇନାଲରେ ପ୍ରବେଶ କରିଛି।
ଗ୍ରୁପ ପର୍ଯ୍ୟାୟରେ ଭାରତ ଓ ଜାପାନ ମ୍ୟାଚ୍ ୦-୦ରେ ଡ୍ର ରହିଥିଲା। ହେଲେ ସେମିରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ଟିମ ଗୋଟିଏ ହେଲେ ପିସି ମଧ୍ୟ ଜାପାନକୁ ଦେଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
