Advertisment

ଏସିଆ ଗେମ୍ସ: ଅଧା ରହିଲା ମହିଳା ହକି ଟିମର ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ

୨୦୧୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ଫାଇନାଲକୁ ଯାଇଥିଲା। ହେଲେ ସେଠାରେ ଦଳ ଜାପାନ ଠାରୁ ୨-୧ରେ ହାରି ଯାଇଥିଲା।

Hockey

Hockey

Advertisment

ପୁଣିଥରେ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଭାରତୀୟ ମହିଳା ହକି ଟିମର ଅଧା ରହିଯାଇଛି। ଚାଇନାରେ ଚାଲିଥିବା ୧୯ତମ ଏସିଆ ଗେମ୍ସର ସେମି ଫାଇନାଲରେ ହାରି ଯାଇଛି ସବିତା ପୁନିଆଙ୍କ ଭାରତୀୟ ଟିମ। ଆୟୋଜକ ଚାଇନା ଭାରତୀୟ ମହିଳା ହକି ଟିମକୁ ୪-୦ରେ ହରାଇ ଫାଇନାଲ ଟିକେଟ ହାତେଇଛି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ।

Advertisment

୨୦୧୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ଫାଇନାଲକୁ ଯାଇଥିଲା। ହେଲେ ସେଠାରେ ଦଳ ଜାପାନ ଠାରୁ ୨-୧ରେ ହାରି ଯାଇଥିଲା। ଚାଇନା ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା। କିନ୍ତୁ ଏଥର ଚାଇନା ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବ।

ସେହିପରି ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଖେଳାଯିବ ଦ୍ୱିତୀୟ ସେମି ଫାଇନାଲ। ଏହି ମ୍ୟାଚ୍‌ରେ ଯେଉଁ ଦଳ ପରାଜୟ ହେବ, ସେ ଭାରତ ସହ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

Advertisment

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଆରମ୍ଭରୁ ହିଁ ଭାରତୀୟ ହକି ଟିମ ବେଶ ଡିଫେନସିଭ ହୋଇଯାଇଥିଲା। ଚାନା ଆଟାକିଂ ଖେଳ ଖେଳିବା ସହ ପ୍ରଥମ ହାଫରେ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ଭାରତୀୟ ଗୋଲକପିର ତଥା ଅଧିନାୟକ ସବିତା ପୁନିଆ ଚାଇନାର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ପ୍ରଥମ ହାଫ ସୁଦ୍ଧା ସ୍କୋର ୦-୦ ରହିଥିଲା।

ଦ୍ୱିତୀୟ ହାଫରେ ଭାରତ ପାଇଁ କିଛି ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଦଳ ଏହାକୁ ଗୋଲରେ ପରିଣତ କରି ପାରି ନଥିଲା। କିନ୍ତୁ ଚାଇନା ଆଟାକ କରି ମ୍ୟାଚ୍‌ର ୫ମ ପିସି ହାସଲ କରିଥିଲା। ଏହାକୁ ଝୋଙ୍ଗ ଜିଆକି ଗୋଲରେ ପରିଣତ କରି ଚାଇନାକୁ ୧-୦ରେ ଆଗୁଆ କରି ଦେଇଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି ଚାଇନା ସପକ୍ଷରେ ୧-୦ରେ ରହିଥିଲା।

ତୃତୀୟ କ୍ୱାର୍ଟର ଆରମ୍ଭରୁ ଚାଇନାକୁ ବ୍ୟାକ ଟୁ ବ୍ୟାକ ପିସି ମିଳିଥିଲା। ଏହାର ଫାଇଦା ଝୋ ମେଇରଙ୍ଗ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଭାରତକୁ ମଧ୍ୟ ବ୍ୟବଧାନ କମ କରିବାକୁ ପିସି ମିଳିଥିଲା। କିନ୍ତୁ ସୁଶୀଲା ଏହାକୁ ଗୋଲରେ ପରିଣତ କରିପାରି ନଥିଲେ।

୪ର୍ଥ କ୍ୱାର୍ଟରେ ଭାରତକୁ ପୁଣି ପିସି ମିଳିଥିଲା। କିନ୍ତୁ ଭାରତ ପୁଣି ଏହାକୁ ମିସ କରିଥିଲା। ଭାରତ ୨-୦ରେ ପଛରେ ଥିଲେ ମଧ୍ୟ ଘନଘନ ଆକ୍ରମଣ କରିଥିଲା। ହେଲା ଚାଇନାର ଗୋଲକିପର ଓ ରକ୍ଷଣ ବିଭାଗ ଦଳର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ୪ର୍ଥ କ୍ୱାର୍ଟର ସରିବାକୁ ଆଉ ମାତ୍ର କିଛି ମିନିଟ ଥିବା ବେଳେ ଚାଇନା ଆଉ ୨ଟି ଗୋଲ ସ୍କୋର କରି ଲିଡ୍‌କୁ ୪-୦ କରି ଦେଇଥିଲା।

ଭାରତ ଶେଷ ଭାଗରେ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ଆଉ କମବ୍ୟାକ ପାଇଁ ସୁଯୋଗ ମିଳି ନଥିଲା। ଶେଷରେ ଚାଇନା ୪-୦ରେ ମ୍ୟାଚ୍‌କୁ ଜିତି ଫାଇନାଲରେ ପ୍ରବେଶ କରିଛି।

Hockey Indian Hockey Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe