Advertisment

କୋରିଆକୁ ମାତ ଦେଲା ଅପରାଜେୟ ଭାରତୀୟ ହକି ଟିମ

ଶେଷ ଗ୍ରୁପ ମ୍ୟାଚ୍‌ରେ(ଶନିବାର) ଭାରତୀୟ ହକି ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Hockey

Hockey

Advertisment

ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମରେ ବିଜୟ ଧାରା ଜାରି ରହିଛି। ଏଯାଏ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତ ଆଜି ୪ର୍ଥ ମୁକାବିଲାରେ କୋରିଆକୁ ୩-୧ ଗୋଲରେ ମାତ ଦେଇଛି। ବୁଧବାର କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଥିବା ଭାରତ ଆଜି ଆଉ ଏକ ବିଜୟ ସହ ଶୀର୍ଷରେ ନିଜକୁ ଆହୁରି ମଜବୁତ କରିଛି। ଏବେ ଶେଷ ଗ୍ରୁପ ମ୍ୟାଚ୍‌ରେ(ଶନିବାର) ଭାରତୀୟ ହକି ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Advertisment

ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୂର୍ବ ମ୍ୟାଚ୍‌ ଗୁଡ଼ିକ ଭଳି ଆଜି ମଧ୍ୟ କୋରିଆ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଆରମ୍ଭରୁ ହିଁ କୋରିଆକୁ ଦଳ ବ୍ୟାକଫୁଟରେ ରଖିଥିଲା। ମ୍ୟାଚ୍‌ର ୮ମ ମିନିଟରେ ଅରିଜିତ ସିଂହ ଭାରତ ପାଇଁ ଖାତା ଖୋଲିଥିଲେ। ଏହାର ଗୋଟିଏ ମିନିଟ ପରେ ଅଧିନାୟକ ହରମନପ୍ରୀତ ସିଂହ ଶକ୍ତିଶାଳୀ ଡ୍ରାଗ ଫ୍ଲିକ ଦ୍ୱାରା ସ୍ଥିତିକୁ ୨-୦ କରି ଦେଇଥିଲେ।

ଭାରତର ଦବଦବା ସତ୍ତ୍ୱେ ହାଫ ଟାଇମ ପୂର୍ବରୁ କୋରିଆକୁ ସଫଳତା ମିଳିଥିଲା। ଦଳକୁ ମିଳିଥିବା ପେନାଣ୍ଟି କର୍ଣ୍ଣରକୁ ୟାଙ୍ଗ ଜିହୁନ ଗୋଲରେ ପରିଣତ କରିବାରୁ ସ୍ଥିତି ୨-୧ ହୋଇଯାଇଥିଲା।

Advertisment

ତୃତୀୟ କ୍ୱାର୍ଟରରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଦୁଇ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ କରିବାକୁ ସକ୍ଷମ ହୋଇ ନଥିଲେ। ତେବେ ୪୩ତମ ମିନିଟରେ ବାଜି ପଲଟିଥିଲା।

କୋରିଆ ଖେଳାଳି ଡି’ ଭିତରେ ତ୍ରୁଟି କରିବାରୁ ଭାରତକୁ ପିସି ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରି ଦେଇଥିଲେ। ଏହି ଗୋଲ ଭାରତକୁ ୩-୧ ସ୍ଥିତିରେ ପହଞ୍ଚାଇ ଦେଇଥିଲା। ଏହା ମ୍ୟାଚ୍‌ରେ ହରମନପ୍ରୀତଙ୍କ ଦ୍ୱିତୀୟ ଗୋଲ। 

୪ର୍ଥ କ୍ୱାର୍ଟରରେ କୋରିଆ ମ୍ୟାଚ୍‌ର ସ୍ଥିତି ବଦଳାଇବାକୁ ଜୋରଦାର ଉଦ୍ୟମ କରିଥିଲା। କିନ୍ତୁ ଭାରତର ଡିଫେନ୍ସ କମାଲ କରିଥିଲା। କୋରିଆର ସବୁ ଆଟାକକୁ ଭାରତୀୟ ଖେଳାଳିମାନେ ପଣ୍ଡ କରି ଦେଇଥିଲେ। ଏଥିସହ ଭାରତ ମ୍ୟାଚ୍‌କୁ ୩-୧ରେ କବଜା କରିବାକୁ ସକ୍ଷମ ହୋଇଥିଲା।

Hockey Indian Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe