Advertisment

୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ହକି ଟିମ

ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି।

ଅଦ୍ୟତନ ହୋଇଛି
IND

IND

Advertisment

ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି।

Advertisment

ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜୟର ସ୍ୱାଦ ଚାଖିଥିଲା।

କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି। ଏହି ବିଜୟ ସହ ଭାରତ ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସ୍ଥାନରେ ଅଲିମ୍ପିକ୍ସ ଚାମ୍ପିୟନ ବେଲଜିୟମ ରହିଛି। 

Advertisment

ଗୁରୁବାର ଗ୍ରୁପ ପର୍ଯ୍ୟାୟର ୪ର୍ଥ ମ୍ୟାଚ୍‌ରେ ଭାରତ ଶକ୍ତିଶାଳୀ ବେଲଜିୟମକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୧-୨ ଗୋଲରେ ହାରି ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ପରାଜୟର ନିରାଶାକୁ ଭୁଲି ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା। ଅଷ୍ଟ୍ରେଲିଆ ଠାରୁ ଦଳ ୫୨ ବର୍ଷ ହେଲା ଅଲିମ୍ପିକ୍ସରେ ଜିତି ନଥିବାରୁ ଅତିରିକ୍ତ ଚାପରେ ରହିଥିଲା। 

ହେଲା ଚାପକୁ ମାତ ଦେଇ ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଉପରେ ଚାପ ପକାଇ ଚାଲିଥିଲା। ଦଳ ପକ୍ଷରୁ ୧୨ତମ ମିନିଟରେ ଅଭିଷେକ ପ୍ରଥମ ଗୋଲ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲା। ଏହାର ଗୋଟିଏ ମିନିଟ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଅଧିନାୟକ ହରମନପ୍ରୀତ ଭାରତକୁ ୨-୦ରେ ଅଗୁଆ କରି ଦେଇଥିଲେ। 

ଦ୍ୱିତୀୟ କ୍ୱାର୍ଟର ସରିବାକୁ ୫ ମିନିଟ ଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ ଥୋମାସ ଗୋଲ ଦେଇ ସ୍ଥିତିକୁ ୨-୧ କରି ଦେଇଥିଲେ। ହାଫଟାଇମ ପରେ ଭାରତ ରଣନୀତି ବଦଳାଇ ଥିଲା। ଆଟାକିଂ ହକି ଖେଳିବାରୁ ୩୨ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ହରମନପ୍ରୀତ ଆଦୌ ହାତ ଛଡ଼ା କରି ନଥିଲେ। ସେ ଗୋଲ ଦେଇ ଭାରତର ସ୍ଥିତିକୁ ୩-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଆଉ ଗୋଲ ସ୍କୋର ଦେଖିବାକୁ ମିଳି ନଥିଲା। 

୪ର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆ ତା’ର ଆକ୍ରମଣକୁ ଜୋରଦାର କରିଥିଲା। ତଥାପି ଭାରତୀୟ ଡିଫେନ୍ସ ଓ ଗୋଲ କିପର ପିଆର ଶ୍ରୀଜେଶ ଅଷ୍ଟ୍ରେଲିଆର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। କିନ୍ତୁ ମ୍ୟାଚ ସରିବାରୁ ୫ ମିନିଟ ଥିବା ବେଳେ ଓଡ଼ିଆ ପୁଅ ଅମିତ ରୋହିଦାସ ଡି’ ଭିତରେ ତ୍ରୁଟି କରିଥିଲେ।

ସେ ବଲକୁ ଅଟକାଇବା ବେଳେ ଏହା ତାଙ୍କ ଗୋଡ଼ରେ ମାଡ଼ ହୋଇ ଯାଇଥିଲା। ଫଳରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ଅଭିଜ୍ଞ ଗ୍ରୋଭର୍ସ ଗୋଲରେ ପରିଣତ କରି ଦେଇଥିଲେ। ଶେଷ ୨ ମିନିଟ ଅଷ୍ଟ୍ରେଲିଆ ତା’ର ଗୋଲ କିପରଙ୍କୁ ହଟାଇ ଅଲଆଉଟ ଆଟାକ କରିବାକୁ ଯାଇଥିଲା। ହେଲେ ଏହାର ଲାଭ ମିଳି ନଥିଲା। ଶେଷରେ ଭାରତ ଅଲିମ୍ପିକ୍ସର ୫୨ ବର୍ଷ ଇତିହାସ ମଧ୍ୟରେ ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇବାକୁ ସକ୍ଷମ ହୋଇଥିଲା। 

୧୯୭୨ରେ ଭାରତ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ୩-୧ରେ ହରାଇଥିଲା। ଏହାପରେ ଦଳ ୧୯୭୬ରେ ୧-୬, ୧୯୭୬(ପ୍ଲେଅଫ)ରେ ପୁଣିଥରେ ଶୁଟଆଉଟରେ ୪-୫, ୧୯୮୪ରେ ୨-୪, ୧୯୯୨ରେ ୦-୧, ୨୦୦୦ରେ ୨-୨, ୨୦୦୪ରେ ୩-୪, ୨୦୨୦ରେ ୧-୭ରେ ପରାସ୍ତ ହୋଇଥିଲା। 

Indian Hockey Olympics Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe