Advertisment

ଦ୍ୱିତୀୟ ମ୍ୟାଚ୍‌ ଜିତିଲା ଭାରତ, କିନ୍ତୁ ଶୁଟ ଆଉଟରେ ଜର୍ମାନୀ ଠାରୁ ସିରିଜ ହାରିଲା

ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। କିନ୍ତୁ ହକି ଟେଷ୍ଟ ସିରିଜକୁ ଘରୋଇ ଟିମ ଶୁଟ ଆଉଟରେ ଜର୍ମାନୀ ଠାରୁ ହାରି ଯାଇଛି।

Hockey

Hockey

Advertisment

ବିଶ୍ୱ ବିଜେତା ତଥା ଅଲିମ୍ପିକ୍ସର ରୌପ୍ୟ ପଦକ ଜିତିଥିବା ଜର୍ମାନୀ ବିପକ୍ଷରେ ଭାରତ ଦମଦାର ପ୍ରଦର୍ଶନ କରିଥିଲେ ହେଁ ହକି ଟେଷ୍ଟ ସିରିଜ ହାରି ଯାଇଛି। ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। କିନ୍ତୁ ହକି ଟେଷ୍ଟ ସିରିଜକୁ ଘରୋଇ ଟିମ ଶୁଟ ଆଉଟରେ ଜର୍ମାନୀ ଠାରୁ ହାରି ଯାଇଛି।

Advertisment

ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଦୁଇ ଟିକିଆ ହକି ଟେଷ୍ଟ ସିରିଜ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌କୁ ଜର୍ମାନୀ ୨-୦ରେ ଜିତିଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳା ଯାଇଥିଲା।

ବୁଧବାର ପରାଜୟକୁ ଭୁଲି ଆଜି ଭାରତ ୫-୩ରେ ଜର୍ମାନୀକୁ ମାତ ଦେଇଥିଲା। ସିରିଜ ୧-୧ରେ ବରାବର ହୋଇଯିବାରୁ ଟ୍ରଫି ପାଇଁ ଶୁଟ ଆଉଟ ହୋଇଥିଲା। ଶୁଟ ଆଉଟରେ ଅଧିନାୟକ ହରମନପ୍ରୀତ ସିଂହ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଭାରତ ୧-୩ରେ ସିରିଜ ହାରି ଯାଇଛି। ଦିଲ୍ଲୀରୁ ଟ୍ରଫି ଜିତି ଜର୍ମାନୀ ସ୍ୱଦେଶ ଫେରିଛି।

Advertisment

ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀ ପ୍ରଥମ ଗୋଲ ସ୍କୋର କରିଥିଲା। ଇଲିଆନ ମାଜକୋଉର ଗୋଲ ସ୍କୋର କରି ଜର୍ମାନୀକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ପୂରା ପ୍ରଥମ ହାଫ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟ ହାଫରେ ଭାରତ ଆଟାକିଂ ଖେଳ ଦେଖାଇ ଥିଲା। ଦଳ ପାଇଁ ସୁଖଜିତ ସିଂହ ୩୪ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ।

ଏହାପରେ ଅଧିନାୟକ ହରମନପ୍ରୀତ ସିଂହ ୪୨ତମ ଓ ୪୩ତମ ମିନିଟରେ ଗୋଲ ଦେଇ ସ୍ଥିତିକୁ ୩-୧ କରି ଦେଇଥିଲେ। ଏହାର ୨ ମିନିଟ ପରେ ଅଭିଷେକ ଓ ୪୮ତମ ମିନିଟରେ ସୁଖଜିତ ଆଉ ଏକ ଗୋଲ କରି ସ୍ଥିତିକୁ ୫-୧ କରି ଦେଇଥିଲେ।

ଭାରତ ବଡ଼ ବିଜୟ ଆଡ଼କୁ ଯାଉଥିବା ବେଳେ ଜର୍ମାନୀ ପାଇଁ ୫୭ତମ ମିନିଟରେ ଇଲିଆନ ଆଉ ଏକ ଗୋଲ କରିଥିଲେ। ମ୍ୟାଚ୍‌ର ଶେଷ ମିନିଟରେ ହେନରିକ ମୋର୍ଟେଗେନ୍ସ ଗୋଲ ସ୍କୋର କରିବାରୁ ଜର୍ମାନୀ ସ୍ଥିତିକୁ ୩-୫ କରି ପାରିଥିଲା।

ଭାରତ ମ୍ୟାଚ୍‌ ୫-୩ରେ ଜିତିଥିଲେ ହେଁ ସିରିଜ ଡିସାଇଡ ହୋଇପାରି ନଥିଲା। କାରଣ ହକି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଜର୍ମାନୀ ବାଜି ମାତ କରିଥିଲା। ତେଣୁ ଟ୍ରଫି କିଏ ଜିତିବ ତା’ର ନିଷ୍ପତ୍ତି ପାଇଁ ଶୁଟ ଆଉଟର ଆଶ୍ରୟ ନିଆଯାଇଥିଲା।

ପ୍ରଥମ ଶଟରେ ଜର୍ମାନୀ ଗୋଲ କରିଥିବା ବେଳେ ଭାରତ ପାଇଁ ହରମନପ୍ରୀତ ସିଂହ ମିସ୍‌ କରିଥିଲେ। ଦ୍ୱିତୀୟ ଶଟକୁ ଭାରତର ଗୋଲ କିପର କିଷନ ବାହାଦୂର ପାଠକ ଅଟକାଇ ଦେଇଥିଲେ। ଭାରତ ପାଇଁ ଅଭିଷେକ ଗୋଲ କରି ସ୍ଥିତି ୧-୧ କରି ଦେଇଥିଲେ।

ତୃତୀୟ ଶଟକୁ ଉଭୟ ଦେଶ ମିସ କରିଥିଲେ। ୪ର୍ଥ ଓ ୫ମ ଶଟରେ ଜର୍ମାନୀ ଗୋଲ କରିଥିଲେ ହେଁ ଭାରତ ମିସ କରି ଯାଇଥିଲା। ଫଳରେ ଜର୍ମାନୀ ୩-୧ରେ ଶୁଟ ଆଉଟ ଜିତି ସିରିଜ କବଜା କରିଥିଲା।

Hockey Indian Hockey Indian Hockey Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe