Advertisment

ଫାଇନାଲରେ ଅପରାଜେୟ ଭାରତୀୟ ହକି ଟିମ, ପାକିସ୍ତାନକୁ ଶୁଟ ଆଉଟ କଲା ଚାଇନା

ପ୍ରଥମ ସେମି ଫାଇନାଲରେ ଚାଇନା ବେଶ ଅପ୍ରତ୍ୟାଶିତ ଢଙ୍ଗରେ ୩ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ପାକିସ୍ତାନକୁ ଶୁଟ ଆଉଟରେ ହରାଇ ଫାଇନାଲ ଟିକେଟ ହାତେଇ ଥିଲା।

Match

Match

Advertisment

ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତୀୟ ପୁରୁଷ ହକି ଟିମ। ଆଜି ସେମି ଫାଇନାଲରେ ଦଳ କୋରିଆକୁ ୪-୧ରେ ପରାସ୍ତ କରି ୬ଷ୍ଠ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି।

Advertisment

ଫାଇନାଲରେ ଦଳ ମୁକାବିଲା ଆୟୋଜକ ଚାଇନା ସହ ହେବ। ଚାଇନା ପ୍ରଥମଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଯାଇଥିବା ବେଳେ ଭାରତ ତା’ର ୫ମ ଟାଇଟଲ ପାଇଁ ଲଢ଼େଇ କରିବ। ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଏଯାଏ ଗୋଟିଏ ହେଲେ ମ୍ୟାଚ ହାରି ନାହିଁ। ଗ୍ରୁପ ପର୍ଯ୍ୟାୟରେ ଦଳ ଚାଇନା ବିପକ୍ଷ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଜାପାନ, ମାଲେସିୟା, କୋରିଆ ଓ ପାକିସ୍ତାନକୁ ଦଳ ମାତ ଦେଇଥିଲା। ଏବେ ପୁଣି ଫାଇନାଲ ତଥା ଶେଷ ମ୍ୟାଚ୍‌ରେ ଦଳ ଚାଇନାକୁ ଭେଟିବାକୁ ଯାଉଛି। 

ପ୍ରଥମ ସେମି ଫାଇନାଲରେ ଚାଇନା ବେଶ ଅପ୍ରତ୍ୟାଶିତ ଢଙ୍ଗରେ ୩ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ପାକିସ୍ତାନକୁ ଶୁଟ ଆଉଟରେ ହରାଇ ଫାଇନାଲ ଟିକେଟ ହାତେଇ ଥିଲା। ପ୍ରଥମେ ମ୍ୟାଚ୍‌ ୧-୧ରେ ଡ୍ର ରହିବାରୁ ଶୁଟ ଆଉଟ ହୋଇଥିଲା। ଏଥିରେ ଚାଇନା ୨-୦ରେ ପାକିସ୍ତାନକୁ ହରାଇ ଦେଇଥିଲା।

Advertisment

ଦ୍ୱିତୀୟ ସେମିରେ ଭାରତର ମୁକାବିଲା କୋରିଆ ସହ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଟିମ ତା’ର ଦବଦବା ଦେଖାଇଥିଲା। ମ୍ୟାଚ୍‌ର ୧୩ତମ ମିନିଟରେ ଭାରତ ପାଇଁ ଉତ୍ତମ ସିଂହ ପ୍ରଥମ ଫିଲ୍ଡ ଗୋଲ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ।

ତୃତୀୟ କ୍ୱାର୍ଟରେ ଭାରତ ଉପରେ କୋରିଆ ଚାପ ପକାଇବାକୁ ଚେଷ୍ଟା କରିଥିଲା। ହେଲେ ଜରମନପ୍ରୀତ ୩୨ତମ ମିନିଟରେ ଚମତ୍କାର ଫିଲ୍ଡ ଗୋଲ କରି ସ୍ଥିତି ୩-୦ କରି ଦେଇଥିଲେ। ଏହାର ଗୋଟିଏ ମିନିଟ ପରେ କୋରିଆରକୁ ଗୋଲ କରିବାର ସୁଯୋଗ ମିଳିଥିଲା।

ଦଳକୁ ୩୩ତମ ମିନିଟରେ ମିଳିଥିବା ପିସିକୁ ୱାଙ୍ଗ ଜିହୁନ ଗୋଲରେ ପରିଣତ କରି କମବ୍ୟାକର ଆଶା ସୃଷ୍ଟି କରିଥିଲେ। କୋରିଆ ମଧ୍ୟ ଘନଘନ ଆକ୍ରମଣ କରିଥିଲା।

ହେଲେ ତୃତୀୟ କ୍ୱାର୍ଟରର ଶେଷ ସେକେଣ୍ଡରେ ଘଟିଥିଲା ଆଶ୍ଚର୍ଯ୍ୟଜନକ ଘଟଣା। କୋରିଆର ଗୋଲ କିପର ଭାରତର ଏରିଏଲ ପାସ୍‌କୁ ରୋକିବା ପାଇଁ ଚେଷ୍ଟା କରି ଡି’ ଭିତରୁ ବାହାରି ଯାଇଥିଲେ। ତେଣୁ ତାଙ୍କୁ ୟେଲୋ କାର୍ଡ ମିଳିବା ସହ ଭାରତକୁ ପିସି ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତର ଲିଡକୁ ୪-୧ କରି ଦେଇଥିଲେ।

୪ର୍ଥ ତଥା ଶେଷ କ୍ୱାର୍ଟରରେ କୋରିଆ ଘନଘନ ଆକ୍ରମଣ କରିଥିଲା। ଦଳକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ହେଲେ ଭାରତୀୟ ଡିଫେନ୍ସ କୋରିଆର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ।

ଶେଷରେ ଭାରତ ମ୍ୟାଚ୍‌କୁ ୪-୧ରେ ଜିତି ୬ଷ୍ଠ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଜରମନପ୍ରୀତ ସିଂହଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Hockey Indian Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe