Advertisment

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍‌, ପାକିସ୍ତାନକୁ ୧୦-୨ରେ ହରାଇଲା

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ।

author-image
Jitendra Garnayak
Hockey

Hockey

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପୁଲ୍‌ ‘ଏ’ର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ୧୦-୨ ଗୋଲରେ ପରାସ୍ତ କରିଛି ଭାରତ। ଏହା ସହିତ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ଦଳ ପ୍ରଥମ ଥର ପାଇଁ ୧୦ଟି ଗୋଲ୍ କରିଛି। ଆଉ ଏଥିରେ ବିଜୟୀ ହୋଇଛି।

Advertisment

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ। ମ୍ୟାଚ୍‌ର ୧୧, ୧୭, ୩୩ ଓ ୩୪ତମ ମିନିଟ୍‌ରେ ସେ ଏହି ଗୋଲ୍‌ ଗୁଡ଼ିକ କରିଥିଲେ। ପ୍ରଥମ ଗୋଲ୍‌ଟି ଦେଇଥିଲେ ମନଦୀପ ସିଂହ। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ସେ ଦେଇଥିଲେ ଦଳ ତରଫରୁ ପ୍ରଥମ ଗୋଲ୍‌। ସୁମିତ, ଲଲିତ ଉପାଧ୍ୟାୟ ଓ ଶମଶେର ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ବରୁଣ କୁମାର ଦୁଇଟି ଗୋଲ ଦେଇଥିଲେ। ୪୧ ଓ ୫୪ତମ ମିନିଟ୍‌ରେ ସେ ଏହି ଦୁଇ ଗୋଲ୍ ଦେଇଥିଲେ। ୧୦ମ ଗୋଲ୍‌ଟି ବରୁଣ କୁମାରଙ୍କ ଷ୍ଟିକ୍‌ରୁ ବାହାରିଥିଲା।

ଗୋଟିଏ ପଟରେ ଭାରତ ଗୋଲ୍ ପରେ ଗୋଲ୍ ଦେଇ ଚାଲିଥିବା ବେଳେ ଅନ୍ୟପକ୍ଷରେ ପାକିସ୍ତାନ ଉପାୟଶୂନ୍ୟ ହୋଇଯାଇଥିଲା। କେବଳ ତୃତୀୟ କ୍ୱାର୍ଟରରେ ଦଳ ୨ଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ମହମ୍ମଦ ଖାନ ଓ ଅବଦୁଲ ରାଣା ଯଥାକ୍ରମେ ୩୮ ଓ ୪୫ ତମ ମିନିଟ୍‌ରେ ଏହି ଦୁଇଟି ଗୋଲ୍ କରିଥିଲେ।

Advertisment
Hockey Asian Games Asian Games 2023 Indian Hockey Team