Advertisment

ପ୍ୟାରିସ ଅଲିମ୍ପିକ୍ସ: କ୍ୱାର୍ଟରରେ ଗ୍ରେଟ ବ୍ରିଟେନକୁ ଭେଟିବ ଭାରତ, ମ୍ୟାଚ୍‌ ସମୟ ଜାଣନ୍ତୁ

ଶୁକ୍ରବାର ଅଲିମ୍ପିକ୍ସର ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଶେଷ ହେବା ପରେ କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇଛି।

ଅଦ୍ୟତନ ହୋଇଛି
Hockey

Hockey

Advertisment

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟ ନେଇ ପ୍ୟାରିସ ଯାଇଥିବା ଭାରତୀୟ ପୁରୁଷ ହକି ଟିମ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ଭେଟିବ। ଶୁକ୍ରବାର ଅଲିମ୍ପିକ୍ସର ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଶେଷ ହେବା ପରେ କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇଛି।

Advertisment

ଭାରତ ଶେଷ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଥିଲା। ଏହି ବିଜୟ ପରେ ଭାରତ ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ବେଲଜିୟମ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ଓ ଆର୍ଜେଣ୍ଟିନା ଗ୍ରୁପ ବିରୁ ୪ର୍ଥ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଗ୍ରୁପ ଏରୁ ଜର୍ମାନୀ, ନେଦରଲ୍ୟାଣ୍ଡ୍ସ, ଗ୍ରେଟ ବ୍ରିଟେନ ଓ ସ୍ପେନ କ୍ୱାର୍ଟରକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବେଲଜିୟମ କ୍ୱାର୍ଟର ଫାଇନାଲରେ ସ୍ପେନକୁ ଭେଟିବାକୁ ଥିବା ବେଳେ ଭାରତ ସହ ଗ୍ରେଟ ବ୍ରିଟେନର ଲଢ଼େଇ ହେବ। ସେହିପରି ନେଦରଲ୍ୟାଣ୍ଡ୍ସର ମୁକାବିଲା ଅଷ୍ଟ୍ରେଲିଆ ସହ ଓ ଜର୍ମାନୀ ଗ୍ରୁପ ବିର ୪ର୍ଥ ଦଳ ଆର୍ଜେଣ୍ଟିନାକୁ ଭେଟିବ।

Advertisment

ଭାରତର ମ୍ୟାଚ୍‌ ଆସନ୍ତାକାଲି ଦିନ ୧.୩୦ରେ ଖେଳାଯିବ। ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ଶୁକ୍ରବାର ହରାଇଥିଲା। ଏହି ବିଜୟ ସହ ଦଳର ମନୋବଳ ଦୃଢ଼ ରହିଛି। ତେଣୁ ଦଳ ଆସନ୍ତାକାଲି ଦମଦାର ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି। ଗ୍ରେଟ ବ୍ରିଟେନ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଜର୍ମାନୀ ଠାରୁ ୦-୨ ଗୋଲରେ ପରାସ୍ତ ହୋଇଛି।

ଭାରତ ତା’ର ଅଲିମ୍ପିକ୍ସ ଅଭିଯାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩-୨ ଗୋଲ ବିଜୟରୁ ଆରମ୍ଭ କରିଥିଲା। ଏହାପରେ ଦଳ ଆର୍ଜେଣ୍ଟିନା ସହ ମ୍ୟାଚ୍‌କୁ ୧-୧ରେ ଡ୍ର ରଖିଥିଲା। ତୃତୀୟ ମ୍ୟାଚ୍‌ରେ ଭାରତୀୟ ଟିମ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ମାତ ଦେଇଥିଲା। କିନ୍ତୁ ୪ର୍ଥ ମ୍ୟାଚ୍‌ରେ ଶକ୍ତିଶାଳୀ ବେଲଜିୟମ ସହ କଡ଼ା ସଂଘର୍ଷ କରି ୧-୨ରେ ହାରି ଯାଇଥିଲା। କିନ୍ତୁ ଶେଷ ମ୍ୟାଚ୍‌ରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ ୩-୨ରେ ହରାଇ ଇତିହାସ ସୃଷ୍ଟି କରିଥିଲା।

Paris Olympics Paris Olympics 2024 Indian Hockey Team Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe