Advertisment

ଅଲିମ୍ପିକ୍ସ: ଶେଷ ମିନିଟରେ ଗୋଲ କରି ମ୍ୟାଚ୍‌ ଡ୍ର ରଖିଲା ଭାରତୀୟ ହକି ଟିମ

୪ର୍ଥ ପ୍ରୟାସରେ ହରମନପ୍ରୀତ ସିଂହ ଗୋଲ କରି ଭାରତକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ। ଶେଷରେ ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା। ଭାରତ ମଧ୍ୟ ହାରୁ ହାରୁ ମ୍ୟାଚ୍‌କୁ ଆର୍ଜେଣ୍ଟିନା ସହ ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

Hockey

Hockey

Advertisment

କଡ଼ା ସଂଘର୍ଷ କରି ଭାରତୀୟ ପୁରୁଷ ହକି ଟିମ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଆରମ୍ଭରୁ ୦-୧ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ କରିବାକୁ ସକ୍ଷମ ହୋଇଛି। ଏଥିସହ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ଯିବା ପାଇଁ ଆଶା ଉଜ୍ଜୀବିତ ରଖିଛି।

Advertisment

ପ୍ରଥମେ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଥିବା ଭାରତୀୟ ଟିମକୁ ଆର୍ଜେଣ୍ଟିନା ଟିମ ଆଜି ପାଣି ପିଆଇ ଦେଇଥିଲା। ଭାରତ ପାଖରେ ବଲ ପୋଜିସନ ଅଧିକ ରହିଥିଲେ ହେଁ ଆର୍ଜେଣ୍ଟିନା ସୁଯୋଗ ପାଇବା ମାତ୍ରେ କାଉଣ୍ଟର ଆଟାକ କରିବାକୁ ପଛାଇ ନଥିଲା। ଏପରି ସ୍ଥିତିରେ ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟାନକୁ ଘନଘନ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା। ତଥାପି ଆର୍ଜେଣ୍ଟିନା ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇ ଚାଲିଥିଲା। ଏହାର ଫାଇଦା ଦଳକୁ ୨୨ତମ ମିନିଟରେ ମିଳିଥିଲା। ଦଳର ଷ୍ଟାର ଖେଳାଳି ଲୁକାସ ମାର୍ଟିନେଜ ୨୨ତମ ମିନିଟରେ ଫିଲ୍ଡ ଗୋଲ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ।

Advertisment

ସ୍ଥିତି ବରାବର କରିବାକୁ ଭାରତ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ବରଂ ଆର୍ଜେଣ୍ଟିନାକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ତଥାପି ମାର୍ଟିନେଜ ଏହାକୁ ଗୋଲରେ ପରିଣତ କରି ପାରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍‌ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା।

୪ର୍ଥ କ୍ୱାର୍ଟରର ପ୍ରଥମ ୧୦ ମିନିଟ ମଧ୍ୟ ଭାରତ କୌଣସି ଛାପ ଛାଡ଼ିବାକୁ ସକ୍ଷମ ହୋଇ ନଥିଲା। ମ୍ୟାଚ୍‌ ଶେଷ ହେବାକୁ ପ୍ରାୟ ୪ ମିନିଟ ସମୟ ଥିବା ବେଳେ ଭାରତ ଗୋଲ କିପର ଶ୍ରୀଜେଶଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ମିଡ ଫିଲ୍ଡକୁ ଛାଡ଼ି ଥିଲା। ତଥାପି ଭାରତୀୟ ଖେଳାଳି ଆର୍ଜେଣ୍ଟିନାର ଡିଫେନ୍ସକୁ ଭେଦ କରି ପାରି ନଥିଲେ।

ଏସବୁ ଭିତରେ ଆସିଥିଲା ବଡ଼ ଟ୍ୱିଷ୍ଟ। ମ୍ୟାଚ୍‌ ସରିବାକୁ ୧ ମିନିଟ ଥିବା ବେଳେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣର। ପ୍ରଥମ ୩ଟି ପ୍ରୟାସରେ ଅଧିନାୟକ ହରମନପ୍ରୀତ ସିଂହ ଏହାକୁ ଗୋଲରେ ପରିଣତ କରି ପାରି ନଥିଲେ।

କିନ୍ତୁ ୪ର୍ଥ ପ୍ରୟାସରେ ସେ ଗୋଲ କରି ଭାରତକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ। ଶେଷରେ ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା। ଭାରତ ମଧ୍ୟ ହାରୁ ହାରୁ ମ୍ୟାଚ୍‌କୁ ଆର୍ଜେଣ୍ଟିନା ସହ ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

Olympics Paris Olympics 2024 Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe