Advertisment

ପ୍ୟାରିସ ଅଲିମ୍ପିକ୍ସ ହକି: ଭାରତର ବିଜୟ ଧାରାରେ ରୋକ୍ ଲଗାଇଲା ବେଲଜିୟମ

ଫାଇନାଲ ଗ୍ରୁପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ।

author-image
Debibandita Barick
ଅଦ୍ୟତନ ହୋଇଛି
India & belgium players

India & belgium players

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ବିଜୟ ଧାରାରେ ବ୍ରେକ୍ ଲଗାଇଛି ବେଲଜିୟମ। ଆଜି ଖେଳା ଯାଇଥିବା ପୁଲ୍ ବି ମ୍ୟାଚରେ ବେଲଜିୟମ ୨-୧ ଗୋଲ୍ ଆଗରେ ରହି ଭାରତର ବିଜୟ ଧାରାକୁ ରୋକିଛି। 

Advertisment

ପ୍ରଥମ କ୍ୱାର୍ଟରରେ କୌଣସି ଟିମ୍ ଗୋଲ୍ କରି ପାରିନଥିଲେ ମଧ୍ୟ ଦ୍ୱିତୀୟ କ୍ୱାର୍ଟରରେ ଅଭିଷେକ ପ୍ରଥମ ଗୋଲ୍ ଦେଇ ଭାରତର ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବେଲଜିୟମ ପକ୍ଷରୁ ଥିବେୟୁ ଷ୍ଟକବ୍ରୋଏକ୍ସ ଏବଂ ଜନ୍ ଡଚମ୍ୟାନ୍ ତୃତୀୟ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରି କମ୍ ବ୍ୟାକ୍ କରିଥିଲେ। 

ବେଲଜିୟମର ଏହି କମ୍ ବ୍ୟାକ୍ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଭାରତ ପରବର୍ତ୍ତୀ ଦୁଇଟି କ୍ୱାର୍ଟରରେ ଗୋଟିଏ ବି ଗୋଲ୍ କରିପାରିନଥିଲା। ଫଳରେ ଏହି ମ୍ୟାଚକୁ ୨-୧ରେ ଜିତି ନେଇଛି ବେଲଜିୟମ।

Advertisment

ଏହି ମ୍ୟାଚ୍ ପର୍ଯ୍ୟନ୍ତ ଭାରତ ଅପରାଜିତ ରହିଥିଲା। ନ୍ୟୁଜିଲ୍ୟାଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଜିତିଥିବା ବେଳେ ଆର୍ଜେଣ୍ଟିନା ବିପକ୍ଷରେ ୧-୧ରେ ମ୍ୟାଚକୁ ଡ୍ର ରଖିଥିଲା। କିନ୍ତୁ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ପ୍ରାରମ୍ଭିକ ଅଗ୍ରଣୀ ରହିବା ସତ୍ତ୍ୱେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।  

ତେବେ ଚାରିଟି ମ୍ୟାଚ୍ ଜିତି ବେଲଜିୟମ ପୁଲ୍ ବିରେ ଶୀର୍ଷରେ ଥିବାବେଳେ ଭାରତୀୟ ଟିମ୍ ଦ୍ୱିତୀୟ ସ୍ଥାନରେ ରହିଛି। ଫାଇନାଲ ଗ୍ରୁପ୍ ମ୍ୟାଚରେ ଅଷ୍ଟ୍ରେଲିଆ ସହ ଭାରତର ମୁକାବିଲା ହେବ।