ଅଲିମ୍ପିକ୍ସରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ, ଜିତିଲା ବ୍ରୋଞ୍ଜ

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି।

Hockey

ବିଜୟ ପରେ ଶ୍ରୀଜେଶ

Hemant Lenka
  • Published: Thursday, 08 August 2024
  • Updated: 08 August 2024, 08:27 PM IST

Sports

Latest News

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇ ନିଜର ଦମ ଦେଖାଇଛି। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। 

ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା। ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଛି। ଟୋକିଓ ଭଳି ଆଜି ବ୍ରୋଞ୍ଜ ଜିତିବା ପରେ ମଧ୍ୟ ପିଆର ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେସନ କରିଛନ୍ତି। ତାଙ୍କୁ ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି। 

Also Read

ଭାରତୀୟ ହକି ସହ ଶ୍ରୀଜେଶ ଦୀର୍ଘ ୧୮ ବର୍ଷ ହେଲା ରହି ଆସିଥିଲେ। ସେ ଇତି ମଧ୍ୟରେ ୩୩୫ଟି ମ୍ୟାଚ ଖେଳିଥିବା ବେଳେ ଅସଂଖ୍ୟ ଗୋଲ ସେଭ କରିଛନ୍ତି। ଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଶ୍ରୀଜେଶ ୨ଟି ଅଲିମ୍ପିକ୍ସ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇଛନ୍ତି। 

ଆଜିର ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳର ଶକ୍ତି ଓ ରଣନୀତିକୁ ତଉଲାଇଥିଲେ। ପରସ୍ପରକୁ ଉପରେ ଦେଖି ଚାହିଁ ଆକ୍ରମଣ କରିଥିଲେ। ଭାରତ ପାଖରେ ଅଧିକାଂଶ ସମୟ ବଲ ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲେ ହେଁ ୧୮ତମ ମିନିଟରେ ତ୍ରୁଟି କରିଥିଲେ। ଡି’ ଭିତରେ ମନଦୀପ ସିଂହ ଫାଉଲ କରିବାରୁ ସ୍ପେନକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।

ଏହାକୁ ମାର୍କ ମିରାଲ୍ଲେସ ଗୋଲରେ ପରିଣତ ସ୍ପେନକୁ ୧-୦ ଆଗୁଆ କରିଦେଇଥିଲେ। ଭାରତ ସ୍ଥିତି ବରବାର କରିବାକୁ ଚେଷ୍ଟା କରିଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ ଯାଏ ସଫଳତା ମିଳି ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ଆଉ କିଛି ସେକେଣ୍ଡ ଥିବା ବେଳେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ହାଫ ଟାଇମ ପୂର୍ବରୁ ସ୍ଥିତି ୧-୧ କରି ଦେଇଥିଲେ।

ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତକୁ ଆଉ ଏକ ପିସି ମିଳି ଥିଲା। ୩୩ତମ ମିନିଟରେ ହରମନପ୍ରୀତ ଉକ୍ତ ପିସିକୁ ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲା।

କିଛି ସମୟ ପରେ ହରମନକୁ ହ୍ୟାଟ୍ରିକ ଗୋଲ କରିବାର ସୁଯୋଗ ମିଳିଥିଲା। କିନ୍ତୁ ହରମନପ୍ରୀତ ସିଂହ ଏକାଧିକ ପିସିକୁ ହାତଛଡ଼ା କରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା।

୪ର୍ଥ କ୍ୱାର୍ଟରରେ ଭାରତ ଉପରେ ସ୍ପେନ ଘନଘନ ଆକ୍ରମଣ କରିଥିଲା। ଭାରତ ଅଧିକ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲା। ମ୍ୟାଚ୍‌ ସରିବାକୁ ୩ ମିନିଟ ବାକି ଥିବା ବେଳେ ସ୍ପେନ ତା’ର ଗୋଲକିପରଙ୍କୁ ହଟାଇ ଦେଇଥିଲା। ଏଥିସହ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା।

ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟାଇକାଇବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ ସରିବାକୁ ୧ ମିନିଟ ୨୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପିସି ମିଳିଥିଲା। ପ୍ରଥମ ପ୍ରୟାସକୁ ଅମିତ ରୋହିଦାସ ଅଟକାଇ ଦେଇଥିଲେ। ତଥାପି ସ୍ପେନକୁ ପୁଣି ପିସି ମିଳିଥିଲା। ଏହାକୁ ପିଆର ଶ୍ରୀଜେଶ ଅଟକାଇଥିଲେ ହେଁ ସ୍ପେନ ରିଭ୍ୟୁ ନେଇଥିଲା। ହେଲେ ରିଭ୍ୟୁ ନାଖଜ ହୋଇଯାଇଥିଲା। 

ମ୍ୟାଚ ସରିବାକୁ ୪୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପୁଣି ଗୋଟିଏ ପିସି ମିଳିଥିଲା। ହେଲେ ଏହାକୁ ଅମିତ ଓ ଶ୍ରୀଜେଶ ଅଟକାଇ ଦେଇଥିଲା। ଏଥିସହ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବାକୁ ସକ୍ଷମ ହୋଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story