Advertisment

ବୁଧବାର ଓଡ଼ିଶା ଆସୁଛନ୍ତି ପଦକ ବିଜେତା ଭାରତୀୟ ହକି ଟିମ, କରିବେ ରୋଡ ଶୋ’

ଆସନ୍ତାକାଲି ଦିନ ୧୨.୩୦ ସମୟରେ ଭାରତୀୟ ହକି ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବ।

Hockey

Hockey

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ହକି ଟିମ ପାଇଁ ଓଡ଼ିଶା ସରକାର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଛନ୍ତି। ସେହିପରି ଆସନ୍ତାକାଲି ଭାରତୀୟ ହକି ଟିମ ଭୁବନେଶ୍ୱରେ ବିଶାଳ ରୋଡ ଶୋ’ ମଧ୍ୟ କରିବ। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଯାଏ ରୋଡ ଶୋ’ ଆୟୋଜନ କରାଯିବ। ଆଜି ଏ ସମ୍ପର୍କରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

Advertisment

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ପ୍ୟାରିସ୍‌ ଅଲମ୍ପିକ୍ସ ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ ଏକ ଦୃଢ଼ନିଷ୍ଠ, ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ। ଏହି ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇ ଦେଇଛି। 

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକିଦଳ କାଂସ୍ୟ ପଦକ ଜିତିବା ଦଳର ସମସ୍ତ କ୍ରୀଡ଼ାବିତ୍‌ଙ୍କର ଦୃଢ଼ତା ଓ ନିଷ୍ଠାପରତାର ପ୍ରମାଣ ଦେଇଛି। ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Advertisment

ଆସନ୍ତାକାଲି ଦିନ ୧୨.୩୦ ସମୟରେ ଭାରତୀୟ ହକି ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବ। ସେଠାରେ ଦଳର ସଦସ୍ୟମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବା। ଏହାପରେ ଭାରତୀୟ ହକିଟିମ୍କୁ ନେଇ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର  କ୍ରୀଡ଼ାବିତମାନଙ୍କୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ। 

ଶ୍ରୀ ସୂରଜ ଆହୁରି କହିଛନ୍ତି, ଆମର ଏହି ଯୁବ କ୍ରୀଡାବିତ୍‌ ମାନେ ହେଉଛନ୍ତି ପ୍ରେରଣାର ଉତ୍ସ। କ୍ରୀଡ଼ା ତଥା ହକିର ବିକାଶ ଓ କ୍ରୀଡ଼ାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ। ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ। ଏଥି ସହିତ ଆଗାମୀ ବର୍ଷରେ ହେବାକୁ ଥିବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍‌ ମାନେ ଯେପରି ପଦକ ହାସଲ କରିପାରିବେ ସେ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। 

Paris Olympics 2024 Indian Hockey Indian Hockey Player Indian Hockey Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe