Advertisment

ପଦକ ବିଜେତା ୫ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ଘୋଷଣା ହେଲା ପୁରସ୍କାର

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପ୍ରଦର୍ଶନ ପାଇଁ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ୩,୭୫,୦୦୦ ଟଙ୍କା ଲେଖାଏ ମିଳିବ

amit Rohidas

amit Rohidas

Advertisment

ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନଗଦ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚିତ କରାଇଥିବାରୁ ସେମାନଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। 

Advertisment

ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍ ଟ୍ରଫି ଓ ଝାରଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଯଥାକ୍ରମେ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କା। ଓଡ଼ିଶାକୁ ସେମାନେ ଗୌରବାନ୍ୱିତ କରିଥିବାରୁ ସେମାନଙ୍କୁ ୩,୭୫,୦୦୦ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯିବ। ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା। ଏଥିରେ ପୁରୁଷ ଟିମ ପାଇଁ ଅମିତ ରୋହିଦାସ ଓ ମହିଳା ଟିମ ପାଇଁ ଦୀପଗ୍ରେସ ଦମଦାର ପ୍ରଦର୍ଶନ କରିଥିଲେ। 

୨୦୨୩ ପୁରୁଷ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ୪-୩ ଗୋଲରେ ମାଲେସିୟାକୁ ହରାଇ ଚାମ୍ପିୟନ ହୋଇଥିଲା। ଏହି ଟିମରେ ଅମିତ ରୋହିଦାସ ରହିଥିଲେ। ସେହିପରି ମହିଳା ଟିମ ମଧ୍ୟ ୪-୦ ଗୋଲରେ ଜାପାନକୁ ହରାଇ ଟ୍ରଫି ହାତେଇଥିଲା। 

Advertisment

ଅନ୍ୟପକ୍ଷରେ ଓମାନର ମସ୍କଟଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ୫ଏସ୍ ମହିଳା ବିଶ୍ୱକପ୍ ୨୦୨୪ର ପ୍ରଥମ ସଂସ୍କରଣରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା। ଭାରତୀୟ ଟିମରେ ଓଡ଼ିଶାର ମାରିଆନା କୁଜୁର, ଜ୍ୟୋତି ଛତ୍ରୀ ଓ ଅଜମିନା କୁଜୁର ରହିଥିଲେ। ସେମାନଙ୍କୁ ରାଜ୍ୟ ସରକାର ୧୨,୫୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରିବେ। ଏଫଆଇଏଚ୍ ହକି ବିଶ୍ୱକପ୍ ପ୍ରତି ଚାରି ବର୍ଷରେ ଥରେ ଆୟୋଜନ କରାଯାଏ। ।

Odisha Hockey Indian Hockey Amit Rohidas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe