Advertisment

ଓଡ଼ିଶାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍

ଭାରତୀୟ ହକି ଟିମ ପ୍ରଥମେ ଭୁବନେଶ୍ୱରେ ବିଶାଳ ରୋଡ ଶୋ’ ଜରିଆରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଯାଏ ଆସିଥିଲା।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ଆଜି ଓଡ଼ିଶା ଆସିଛନ୍ତି।  ହକି ଟିମ ପାଇଁ ଓଡ଼ିଶା ସରକାର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ। ଭାରତୀୟ ହକି ଟିମ ପ୍ରଥମେ ଭୁବନେଶ୍ୱରେ ବିଶାଳ ରୋଡ ଶୋ’ ଜରିଆରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଯାଏ ଆସିଥିଲା।

Advertisment

କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିଥିଲେ। ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହି ସମୟରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ରହିଥିଲେ। ସନ୍ଧ୍ୟାରେ ହକି ଖେଳାଳିଙ୍କୁ ଲୋକସଭା ଭବନରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିଛନ୍ତି। ହକି ଖେଳାଳିମାନଙ୍କୁ ସେ ପ୍ରଶଂସା କରିଛନ୍ତି।  

Indian Hockey Team Indian Hockey Player Paris Olympics 2024 Indian Hockey Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe