Advertisment

ଏସିଆ କପ ପାଇଁ ଭାରତ ଆସିବ ପାକିସ୍ତାନ, ଅନୁମତି ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ଆସନ୍ତା ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୭ ଯାଏ ବିହାରର ରାଜଗିର ଠାରେ ଏସିଆ କପ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ପାକିସ୍ତାନର ଅଂଶ ଗ୍ରହଣ ନେଇ ସସପେନ୍ସ ଜାରି ରହିଥିଲା।

author-image
Hemant Lenka
India

India

ଭାରତ-ପାକିସ୍ତାନ ତିକ୍ତତା କଥା କାହାକୁ ଅଛପା ନାହିଁ। ଏସବୁ ଭିତରେ ଏସିଆ କପ ପାଇଁ ପାକିସ୍ତାନ ହକି ଟିମ ଭାରତ ଆସିବ। ଆସନ୍ତାମାସରେ ଭାରତ ଏସିଆ କପ ବିହାରରେ ଆୟୋଜନ କରିବାକୁ ଯାଉଛି।

Advertisment

ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପାକିସ୍ତାନ ହକି ଟିମ ଆସିବ। ଏଥିପାଇଁ ଆଜି ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। ପାକିସ୍ତାନ ଟିମକୁ ଭାରତ ଆସିବା ପାଇଁ ସ୍ୱରାଷ୍ଟ୍ର, ବୈଦେଶିକ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳି ସାରିଥିବା ଜଣାପଡ଼ିଛି।

ଆସନ୍ତା ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୭ ଯାଏ ବିହାରର ରାଜଗିର ଠାରେ ଏସିଆ କପ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ପାକିସ୍ତାନର ଅଂଶ ଗ୍ରହଣ ନେଇ ସସପେନ୍ସ ଜାରି ରହିଥିଲା। କିନ୍ତୁ ଭାରତର କ୍ରୀଡ଼ା ମନ୍ତ୍ରଣାଳୟ ଏସିଆ କପରେ ପାକିସ୍ତାନର ଅଂଶଗ୍ରହଣ ଉପରେ କୌଣସି କଟକଣା ଲଗାଇ ନଥିବା ସ୍ପଷ୍ଟ କରିଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ଆମେ ଭାରତରେ କୌଣସି ଟିମର ଅଂଶଗ୍ରହଣ ବିରୋଧରେ ନାହୁଁ। ବହୁ ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଆମେ କଟକଣା ଲଗାଇ ନାହୁଁ। ଦ୍ୱିପାକ୍ଷିକ ସ୍ଥିତି ଅଲଗା।”

ପାକିସ୍ତାନକୁ କେବଳ ହକି ଏସିଆ କପ ଭାରତରେ ଖେଳିବା ପାଇଁ ଅନୁମତି ମିଳିନାହିଁ, ବରଂ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ ପାଇଁ ମଧ୍ୟ ପାକିସ୍ତାନ ନୂଆଦିଲ୍ଲୀ ଆସିବ।

Pakistan India Hockey