Pakistan Players
ମଙ୍ଗଳବାର ଶେଷ ହୋଇଛି ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪। ଭାରତୀୟ ପୁରୁଷ ହକି ଟିମ ରେକର୍ଡ ୫ମ ଟାଇଟଲ ଜିତି ଅଭିଯାନ ଶେଷ କରିଛି। ଫାଇନାଲ ମ୍ୟାଚ୍ରେ ଚାଇନା କଡ଼ା ଟକ୍କର ଦେଇଥିଲେ ହେଁ ଭାରତ ୧-୦ରେ ମ୍ୟାଚ୍ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି।
ପ୍ୟାରିସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଘରକୁ ଚାଇନାରୁ ଟ୍ରଫି ଆଣିଛି। ଚାଇନା ଘରୋଇ ପରିବେଶରେ ପ୍ରଥମଥର ପାଇଁ ଫାଇନାଲ ଖେଳୁଥିବା ବେଳେ ଯୁଗରାଜ ସିଂହଙ୍କ ଏକମାତ୍ର ଗୋଲ ଯୋଗୁ କୌଣସି ବିପର୍ଯ୍ୟୟ ସୃଷ୍ଟି କରିପାରି ନାହିଁ। ପାକିସ୍ତାନ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍ରେ କୋରିଆକୁ ହରାଇ କିଛିଟା ଆଶ୍ୱସ୍ତ ହୋଇଛି।
ତେବେ ଫାଇନାଲ ବେଳର ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ଭାରତ ଓ ଚାଇନା ମଧ୍ୟରେ ଖେଳା ଯାଉଥିବା ଫାଇନାଲରେ ପାକିସ୍ତାନର ଖେଳାଳିମାନେ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଚାଇନା ସେମିରେ ଫାକିସ୍ତାନକୁ ହରାଇଥିଲା।
ହେଲେ ଫାଇନାଲରେ ପାକିସ୍ତାନର ଖେଳାଳିମାନେ ଚାଇନାର ସମର୍ଥନ କରିଥିଲେ। ସେମାନେ ଚାଇନିଜ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ମ୍ୟାଚ୍ ବେଳେ ଚାଇନାର ପତାକା ମଧ୍ୟ ଧରିଥିଲେ।
ତୃତୀୟ କ୍ୱାର୍ଟର ଯାଏ ଭାରତ ମ୍ୟାଚରେ କୌଣସି ଗୋଲ ସ୍କୋର କରିପାରି ନଥିବାରୁ ପାକିସ୍ତାନ ଖେଳାଳିମାନେ ବେଶ ଉତ୍ସାହିତ ହୋଇଥିଲେ। ସେମାନେ ଚାଇନା ପତାକା ଉଡ଼ାଇଥିଲେ। କିନ୍ତୁ ୪ର୍ଥ କ୍ୱାର୍ଟର ଅର୍ଥାତ ୫୧ତମ ମିନିଟରେ ଯୁଗରାଜ ଭାରତ ପାଇଁ ଗୋଲ ମାରିବା ପରେ ପାକିସ୍ତାନ କୋଚ୍ ଓ ଖେଳାଳିଙ୍କ ମୁହଁ ଫିକା ହୋଇଯାଇଥିଲେ। ସେମାନେ ଚାଇନା ପତାକା ଧରି ତଳକୁ ମୁହଁ ପୋତି ବସିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନ ଖେଳାଳିଙ୍କୁ ଅନେକ କଟାକ୍ଷ କରିଛନ୍ତି। ସେମାନଙ୍କର ମିମ୍ସ ବନାଇ ଶେୟାର କରିବାରେ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1726578820.jpg)