ପାକିସ୍ତାନ ହକି ଟିମ୍
ଭାରତେ ଖେଳ ଯିବାକୁ ଥିବା ଜୁନିୟର ହକି ବିଶ୍ୱକପ(Hockey World Cup)ରୁ ଓହରି ଯାଇଛି ପାକିସ୍ତାନ। ନଭେମ୍ବର ୨୮ରୁ ଡିସେମ୍ବର ୧୦ ଯାଏ ଭାରତର ଚେନ୍ନାଇ ଓ ମଦୁରାଇରେ ହକିର ଏହି ମହାକୁମ୍ଭ ଅନୁଷ୍ଠିତ ହେବ। କିନ୍ତୁ ଭାରତ ସହ ରାଜନୀତିକ ବିବାଦ ଯୋଗୁ ପାକିସ୍ତାନ ବିଶ୍ୱକପରୁ ଓହରି ଯାଇଛି। ଏକଥା ଅନ୍ତର୍ଜାତୀୟ ହକି ମହାସଂଘ ବା ଏଫଆଇଏଚ୍ ଆଜି ନିଶ୍ଚିତ କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ(India) ବଦଳରେ ପାକିସ୍ତାନ ତା’ର ଜୁନିୟର ବିଶ୍ୱକପ ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଅନୁରୋଧ କରିଥିଲା। ହେଲେ ପାକିସ୍ତାନର କୌଣସି କଥାକୁ ଏଫଆଇଏଚ୍ ଗ୍ରହଣ କରନାହିଁ। ପାକିସ୍ତାନ ନରପେକ୍ଷ ଭେନ୍ୟୁ ଜିଦରେ ଅଟଳ ରହିଥିଲେ ହେଁ ଏଫଆଇଏଚ୍ ବିକଳ୍ପ ଟିମ ସନ୍ଧାନରେ ରହିଛି।
ପାକିସ୍ତାନ ବିଶ୍ୱକପରୁ ଓହରାଯାଇଥିବା ସମ୍ପର୍କରେ ଏଫଆଇଏଚ୍ କହିଛି ଯେ “ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ପାକିସ୍ତାନ ହକି ମହାସଂଘ ପକ୍ଷରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)କୁ ସୂଚିତ କରିଦିଆଯାଇଛି ଯେ ଯୋଗ୍ୟତା ଅର୍ଜନ କରିସାରିଥିବା ତା’ର ଟିମ ଆଗାମୀ ଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ତାମିଲନାଡୁ ୨୦୨୫ରେ ଭାଗ ନେବ ନାହିଁ। ବିଶ୍ୱକପରେ ପାକିସ୍ତାନର ସ୍ଥାନ ନେବାକୁ ଥିବା ଦଳର ନାଁ ଖୁବଶୀଘ୍ର ଘୋଷଣା କରାଯିବ।”
ଜୁନିୟର ବିଶ୍ୱକପର ଗ୍ରୁପ ବି’ରେ ଭାରତ(Indian Hockey), ଚିଲି ଓ ସ୍ୱିଜରଲ୍ୟାଣ୍ଡ ସମେତ ପାକିସ୍ତାନ ରହିଥିଲା। ଏବେ ଏହି ଗ୍ରୁପରେ କେଉଁ ନୂଆ ଦଳ ସାମିଲ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଭାରତ(Indian Hockey Team)ରେ ଖେଳା ଯାଉଥିବା କୌଣସି କ୍ରୀଡ଼ା ଇଭେଣ୍ଟରୁ ପାକିସ୍ତାନ(Pakistan) ଦ୍ୱିତୀୟ ଥର ପାଇଁ ଓହରି ଯାଇଛି। ଏହାପୂର୍ବରୁ ବିହାରର ରାଜଗିରରେ ଅୟୋଜିତ ପୁରୁଷ ଏସିଆ କପରେ ପାକିସ୍ତାନ ଭାଗ ନେଇ ନଥିଲେ। ଏହା ଚଳିତ ବର୍ଷ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ଯାଏ ଚାଲିଥିଲା।
ଏପ୍ରିଲ ୨୨ ପହଲଗାମ ନରସଂହାର ଓ ଭାରତର ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ତିକ୍ତ ହୋଇଛି। ଏହାର ପ୍ରଭାବ ମଧ୍ୟ କ୍ରୀଡ଼ା ଇଭେଣ୍ଟରେ ପଡ଼ିବା ଆରମ୍ଭ ହୋଇଛି।
କିଛି ଜାଣି ନଥିବା କହିଲା ହକି ଇଣ୍ଡିଆ
ଜୁନିୟର ବିଶ୍ୱକପରୁ ପାକିସ୍ତାନ ଓହରି ଯାଇଥିବା ଏଫଆଇଏଚ୍ ନିଶ୍ଚିତ କରିଛି। କିନ୍ତୁ ହକି ଇଣ୍ଡିଆ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛି। ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତ, “ପାକିସ୍ତାନ ଓହରି ଯାଇଥିବା ସମ୍ପର୍କରେ ଆମେ ଏଫଆଇଏଚ୍ ପକ୍ଷରୁ କୌଣସି ସୂଚନା ପାଇନାହୁଁ। ମୁଁ ଦେଢ଼ ମାସ ତଳେ ପାକିସ୍ତାନ ହକି ମହାସଂଘ ଅଧିକାରୀଙ୍କ ସହ କଥା ହୋଇଛି।
ସେମାନେ ବିଶ୍ୱକପରେ ଭାଗ ନେବେ ବୋଲି ନିଶ୍ଚିତ କରିଥିଲେ। ଏହାପରେ କ’ଣ ସବୁ ଘଟିଛି, ତା’ର ସୂଚନା ମୋ ପାଖରେ ନାହିଁ। ଆମର କାମ ହେଲା ଟୁର୍ଣ୍ଣାମେଣ୍ଟକୁ ସବୁଠାରୁ ଭଲ ଭାବେ ଆୟୋଜନ କରିବା। ଆଶା ଭାରତ ଚାମ୍ପିୟନ ହେଉ। ପାକିସ୍ତାନର ବଦଳ ଦଳ ଘୋଷଣା କରିବା ଦାୟିତ୍ୱ ଏଫଆଇଏଚ୍ର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/24/pakistan1-2025-10-24-15-52-51.jpg)