Advertisment

ଅଲିମ୍ପିକ୍ସ ପାଇଁ ହକି ଟିମ୍ ଘୋଷଣା: ହରମନପ୍ରୀତ ସିଂହ କ୍ୟାପ୍ଟେନ, ଓଡ଼ିଶାର ଜଣେ ଖେଳାଳିଙ୍କୁ ସୁଯୋଗ

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଆଜି ୧୯ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
India Hockey Players

India Hockey Players

Advertisment

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷିତ। ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ।

Advertisment

ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସରେ ପାଞ୍ଚ ଜଣ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଜରମନପ୍ରୀତ ସିଂହ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂହ ଡେବ୍ୟୁ କରିବାକୁ ଯାଉଛନ୍ତି। 

ପିଆର ଶ୍ରୀଜେଶ ଗୋଲକିପର୍ ଥିବାବେଳେ ନୀଳକାନ୍ତ ଶର୍ମା, ଯୁଗରାଜ ସିଂହ ଏବଂ କୃଷ୍ଣ ପଠକଙ୍କୁ ବିକଳ୍ପ ଆଥଲେଟ୍(Alternate Athletes) ଭାବେ ନାମିତ କରାଯାଇଛି। କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି ଯେ, ଚୟନ ପ୍ରକ୍ରିୟା ଖୁବ୍ କଠିନ ଥିଲା, ତଥାପି ଟିମ୍ ଚୟନର ଏକ ଅଂଶ ହୋଇଥିବାରୁ ସେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। 

Advertisment

ଜୁଲାଇ ୨୬ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ। 

ପ୍ୟାରିସ୍ ଅଲିମ୍ପିକ୍ସ ୪ ଭାରତୀୟ ହକି ଟିମ୍
ଗୋଲକିପର୍ସ
୧.ଶ୍ରୀଜେଶ ପରତ୍ତୁ ରବୀନ୍ଦ୍ରନ

ଡିଫେଣ୍ଡର୍ସ:
୨.ଜାରମାନପ୍ରୀତ ସିଂହ। 
୩.ଅମିତ ରୋହିଦାସ।
୪.ହରମନପ୍ରୀତ ସିଂ।
୫.ସୁମିତ।
୬.ସଞ୍ଜୟ।

ମିଡଫିଲ୍ଡର୍ସ:
୭.ରାଜକୁମାର ପାଲ।
୮.ଶାମଶେର ସିଂହ।
୯. ମନପ୍ରୀତ ସିଂହ।
୧୦.ହାର୍ଦ୍ଦିକ ସିଂହ।
୧୧.ବିବେକ ସାଗର ପ୍ରସାଦ।

ଫରୱାର୍ଡ୍ସ:
୧୨.ଅଭିଷେକ।
୧୩.ସୁଖଜିତ୍ ସିଂହ।
୧୪.ଲଳିତ କୁମାର ଉପାଧ୍ୟାୟ।
୧୫.ମନଦୀପ ସିଂହ।
୧୬.ଗୁରୁଜନ୍ତ ସିଂହ।

ଅଲଟରନେଟ ଆଥଲେଟ୍ସ:
୧୭.ନୀଲକାନ୍ତ ଶର୍ମା।
୧୮.ଜୁଗରାଜ ସିଂହ।
୧୯.କୃଷ୍ଣ ବାହାଦୂର ପଠକ।

Amit Rohidas Paris Olympics Olympics 2024 Harmanpreet Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe