Advertisment

ଅବସର ଘୋଷଣା କଲେ ରାନୀ ରାମପଲ

ଟୋକିଓ ଅଲିମ୍ପିକ୍ସ ପରେ ୨୯ ବର୍ଷୀୟ ରାନୀ ଆହତ ସମସ୍ୟା ଦେଇ ଗତି କରିଥିଲେ। ଏବେ ସେ ନିଜ ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।

Rani

Rani

Advertisment

ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟକ ରାନୀ ରାମପଲ ଅବସର ଘୋଷଣା କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ତାଙ୍କ ନେତୃତ୍ୱରେ ଖେଳିଥିଲା। ଏଥିସହ ଭାରତୀୟ ଟିମ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲା।

Advertisment

ଟୋକିଓ ଅଲିମ୍ପିକ୍ସ ପରେ ୨୯ ବର୍ଷୀୟ ରାନୀ ଆହତ ସମସ୍ୟା ଦେଇ ଗତି କରିଥିଲେ। ଏବେ ସେ ନିଜ ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଦୀର୍ଘ ୧୬ ବର୍ଷ ହେଲା ହକି ଖେଳି ଆସୁଥିବା ରାନୀ ନିଜ ଦକ୍ଷତା ବଳରେ ବେଶ ପରିଚୟ ହାସଲ କରିଥିଲେ।

ଭାରତ ପାଇଁ ୨୫୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ରାନୀଙ୍କ ଷ୍ଟିକୁ ୧୦୦ରୁ ଅଧିକ ଗୋଲ ଦେଖିବାକୁ ମିଳିଥିଲା। ଆଜି ନିଜର ଅବସର ସମ୍ପର୍କରେ ଘୋଷଣା କରି ରାନୀ କହିଛନ୍ତି, “ଏହା ଅତ୍ୟନ୍ତ ଅଦ୍ଭୁତ ପୂର୍ବ ଯାତ୍ରା ଥିଲା। ଭାରତ ପାଇଁ ମୁଁ ଏତେ ଦିନ ଖେଳିବି ବୋଲି କେବେ ଭାବି ନଥିଲି। ପିଲାଟି ବେଳୁ ଗରିବୀକୁ ମୁଁ ପାଖରୁ ଦେଖିଥିଲି। କିନ୍ତୁ ମୁଁ ସବୁବେଳେ କିଛି କରିବା ପାଇଁ ଓ ମୋ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲି। ଦେଶ ପାଇଁ ଖେଳିବା ଠାରୁ ଖୁସି ଆଉ କିଛି ହୋଇ ନଥାଇ ପାରେ।”

Advertisment

କିଛି ଦିନ ତଳେ ଜାତୀୟ ସବ ଜୁନିୟର ଟିମର କୋଚ ଭାବେ ରାନୀଙ୍କୁ ନିଯୁକ୍ତି ମିଳିଥିଲା। ଏହାର କିଛି ଦିନ ପରେ ସେ ହକିକୁ ଅଲବିଦା କହିଛନ୍ତି। ରାନୀ ମାତ୍ର ୧୪ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ୨୦୦୮ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ସେ ନଜର ଆସିଥିଲେ। ସେ ସର୍ବକନିଷ୍ଠ ହକି ଖେଳାଳି ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

୧୫ ବର୍ଷ ବେଳକୁ ସେ ଭାରତୀୟ ଦଳରେ ସାମିଲ ହୋଇ ୨୦୧୦ ବିଶ୍ୱକପରେ ଭାଗ ନେଇଥିଲେ। ତାଙ୍କ ଷ୍ଟିକରୁ ବିଶ୍ୱକପରେ ୭ଟି ଗୋଲ ଦେଖିବାକୁ ମିଳିଥିଲା। ୧୯୭୮ ପରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ଓ ଭାରତ ବିଶ୍ୱ ରାଙ୍କିଙ୍ଗର ୯ନଂ ସ୍ଥାନରେ ପହଞ୍ଚିଥିଲା।

ରାନୀ ରାମପଲ ଉଭୟ ଫରୱାର୍ଡ ଓ ମିଡ ଫିଲ୍ଡର ଖେଳାଳି ଭାବେ ଜଣାଶୁଣା। ଭାରତୀୟ ଟିମର ଅନେକ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୭ ମହିଳା ଏସିଆ କପରେ ଭାରତ ରୌପ୍ୟ ପଦକ ଓ ୨୦୧୮ ଏସିଆନ ଗେମ୍ସରେ ମଧ୍ୟ ରୌପ୍ୟ ପଦକ ଭାରତୀୟ ଟିମ ରାନୀଙ୍କ ପାଇଁ ହାତେଇଥିଲା। ସେ ଏସିଆନ ଗେମ୍ସର ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜାବାହକ ସାଜିଥିଲେ।

ଭାରତୀୟ ହକି ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୬ରେ ଅର୍ଜୁନ ପୁରସ୍କାର ଦେଇଥିଲେ। ଏହାପରେ ୨୦୨୦ରେ ରାନୀଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଅତିରିକ୍ତ ଭାବେ ୨୦୧୦ ମହିଳା ହକି ବିଶ୍ୱକପରେ ରାନୀ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଓ ୨୦୧୩ ଜୁନିୟର ବିଶ୍ୱକପରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ଭାରତ ମଧ୍ୟ ଜୁନିୟର ବିଶ୍ୱକପରେ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା।

Hockey Indian Hockey Rani Rampal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe