Advertisment

ରେଡ କାର୍ଡ ପାଇ ମ୍ୟାଚ୍‌ରୁ ବ୍ୟାନ ହେଲେ ଓଡ଼ିଆ ପୁଅ ଅମିତ ରୋହିଦାସ

ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ଓଡ଼ିଆ ପୁଅ ଅମିତ ରୋହିଦାସ ଅଧା ମ୍ୟାଚ୍‌ରୁ ବ୍ୟାନ ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
amit

amit

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମକୁ ଜୋରଦାର ଝଟକା ଲାଗିଛି। ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ଓଡ଼ିଆ ପୁଅ ଅମିତ ରୋହିଦାସ ଅଧା ମ୍ୟାଚ୍‌ରୁ ବ୍ୟାନ ହୋଇଛନ୍ତି। ତାଙ୍କୁ ରେଡ କାର୍ଡ ମିଳିବାରୁ ସେ ନିରାଶ ହୋଇ ଅଧାରୁ ପଡ଼ିଆ ଛାଡ଼ିଛନ୍ତି। ଭାରତ ଏବେ ପୂରା ମ୍ୟାଚ୍‌ ୧୦ ଜଣଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଛି।

Advertisment

ପୂରା ଘଟଣା ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ  ମିନିଟରେ ଘଟିଥିଲା। ବ୍ରିଟେନର ଆଟାକୁ ଅଟକାଇବା ପାଇଁ ଅମିତ ରୋହିଦାସ ଚେଷ୍ଟା କରିଥିଲେ। ହେଲେ ସେ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଷ୍ଟିକ କଲନାଲଙ୍କ ମୁଣ୍ଢରେ ପିଟି ହୋଇଯାଇଥିଲା। 

ବଲ ରୋକିବା ବେଳେ ଏସବୁ ଘଟିଥିଲେ ହେଁ ରେଫରୀ ଏହାକୁ ବିପଦପୂର୍ଣ୍ଣ ଟ୍ୟାକେଲ ଭାବେ ବିବେଚନା କରିଥିଲେ। ଅମିତ ଜାଣିଶୁଣି ବ୍ରିଟେନ ଖେଳାଳିଙ୍କୁ ଧକ୍କା ଦେଇଥିବା ହୃଦୟଙ୍ଗମ କରି ରେଡ କାର୍ଡ ଦେଖାଇଥିଲେ।

Advertisment

ଏହାକୁ ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ସମେତ ଅମିତ ବିରୋଧ କରିଥିଲେ। ହେଲେ ରେଫରୀ ନିଜ ନିଜରେ ଅଟଳ ରହିଥିଲେ। ଶେଷରେ ଅମିତ ରୋହିଦାସ ନିରାଶ ହୋଇ ପଡ଼ିଆ ଛାଡ଼ିଥିଲେ।

ତଥାପି ଭାରତ ୧୦ ଜଣରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍‌ର ୨୨ ମିନିଟରେ ପ୍ରଥମେ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ ଗୋଲ ଦେଇଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ୨ ମିନିଟ ଥିବା ବେଳେ ବ୍ରିଟେନ ଗୋଲ ସ୍କୋର କରି ସ୍ଥିତି ବରବାର କରି ଦେଇଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୧-୧ ରହିଥିଲା।

Paris Olympics Amit Rohidas Olympics 2024