Advertisment

ଅଲିମ୍ପିକ୍ସରେ ବିପର୍ଯ୍ୟୟ ଘଟାଇଲା ସ୍ପେନ: ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ବିଦା

ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି କ୍ୱାର୍ଟରକୁ ଆସିଥିବା ବେଲଜିୟମ ଅପେକ୍ଷାକୃତ ଦୁର୍ବଳ ସ୍ପେନ ଠାରୁ ୨-୩ ଗୋଲରେ ହାରି ପ୍ୟାରିସ ଅଲିମ୍ପିକ୍ସରୁ ବିଦାୟ ନେଇଛି।

Paris

Paris

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଘଟିଛି ବିପର୍ଯ୍ୟୟ। ବିଶ୍ୱର ୧ ନଂ ହକି ଟିମ ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ବେଲଜିୟ ପୁରୁଷ ହକି ଟିମ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି।

Advertisment

ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି କ୍ୱାର୍ଟରକୁ ଆସିଥିବା ବେଲଜିୟମ ଅପେକ୍ଷାକୃତ ଦୁର୍ବଳ ସ୍ପେନ ଠାରୁ ୨-୩ ଗୋଲରେ ହାରି ପ୍ୟାରିସ ଅଲିମ୍ପିକ୍ସରୁ ବିଦାୟ ନେଇଛି। ଏଥିସହ ସ୍ପେନ ପ୍ରଥମଥର ପାଇଁ ଅଲିମ୍ପିକ୍ସ ହକିର ସେମି ଫାଇନାଲରେ ପ୍ରବେଶ କରି ନୂଆ ଇତିହାସ ସୃଷ୍ଟି କରିଛି।

ମ୍ୟାଚ୍‌ ଆରମ୍ଭରୁ ହିଁ ବେଲଜିୟର ପଲା ଭାରି ରହିଥିଲା। ଦଳ ଘନଘନ ଆକ୍ରମଣ କରି ସ୍ପେନ ଉପରେ ଚାପ ପକାଇଥିଲା। କିନ୍ତୁ ସ୍ପେନର ରକ୍ଷଣଭାଗ ବେଲଜିୟର ସବୁ ଆଶାରେ ପାଣି ପକାଇ ଦେଇଥିଲା। ପ୍ରଥମ ହାଫ ଗୋଲଶୂନ୍ୟ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରରେ ସ୍ପେନ ପ୍ରଥମେ ଖାତା ଖୋଲିଥିଲା। ମ୍ୟାଚ୍‌ର ୪୦ ତମ ମିନିଟରେ ମାରିସ ଜୋସେ ବାଷ୍ଟେରା ଗୋଲ କରି ସ୍ପେନକୁ ୧-୦ରେ ଆଗୁଅ କରି ଦେଇଥିଲେ। ପରବର୍ତ୍ତୀ ମିନିଟରେ ବେଲଜିୟମ ପାଇଁ ଅର୍ଥୁର ସ୍ଲୋଭର ଗୋଲ କରି ସ୍ଥିତି ବରାବର କରି ଦେଇଥିଲେ।

ସ୍ଥିତ ବରାବର ହେବା ପରେ ସ୍ପେନ ତା’ର ଆଟାକକୁ ଆହୁରି ଜୋରଦାର କରିଥିଲା। ୫୫ମତମ ମିନିଟରେ ମାର୍କ ରେୟନେ ଓ ୫୭ ମିନିଟରେ ମାର୍କ ମିରାଲେସ ଗୋଲ କରି ସ୍ପେନକୁ ୩-୧ରେ ଆଗୁଆ କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ୨ ମିନିଟ ଥିବା ବେଳେ ବେଲଜିୟମକୁ ପିସି ମିଳିଥିଲା।

ଏହାକୁ ଷ୍ଟାର ଷ୍ଟ୍ରାଇକର ଆଲେକ୍ସଜାଣ୍ଡର ହେଣ୍ଡ୍ରିକ୍ସ ଗୋଲରେ ପରିଣତ କରି ନୂଆ ଆଶା ସୃଷ୍ଟି କରିଥିଲେ। ବେଲଜିୟମ ଅଲଆଉଟ ଆଟକା ମଧ୍ୟ କରିଥିଲା। ଏହାର ଫାଇଦା ଦଳକୁ ଫୁଲ ଟାଇମର ୪ ସେକେଣ୍ଡ ପୂର୍ବରୁ ମିଳିଥିଲା।

ମ୍ୟାଚ୍‌କୁ ବରାବର କରିବା ପାଇଁ ବେଲଜିୟମ ପିସି ମଧ୍ୟ ପାଇଥିଲା। ହେଲେ ସ୍ପେନ ଗୋଲ କିପର ଏହାକୁ ଅଟକାଇ ଦେଇଥିଲେ। ଏଥିସହ ସ୍ପେନ ଅପ୍ରତ୍ୟାଶିତ ବିଜୟ ସହ ସେମିରେ ପ୍ରବେଶ କରିଥିଲା।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe