Hockey
ଆସନ୍ତା ପୁରୁଷ ହକି ଏସିଆ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଦଳର ନେତୃତ୍ୱ ଷ୍ଟାର ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂହ ନେବେ। ଏହି ଦଳରେ ଓଡ଼ିଶାର ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି। ସେହିପରି ଷ୍ଟାଣ୍ତବାଇରେ ଆଉ ଜଣେ ଓଡ଼ିଆ ନୀଲମ ସଞ୍ଜୀପ ଖେସଙ୍କୁ ରଖାଯାଇଛି।
ଆସନ୍ତା ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ଯାଏ ବିହାରରେ ନୂଆ କରି ବିକଶିତ ହୋଇଥିବା ରାଜଗିର ଷ୍ଟାଡିୟମରେ ଏସିଆ କପ ଅନୁଷ୍ଠିତ ହେବ। ୧୮ ଜଣିଆ ଭାରତୀୟ ସ୍କ୍ୱାଡରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଏସିଆ କପର ବିଜେତା ସିଧାସଳଖ ଆସନ୍ତା ବର୍ଷ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସ ଆୟୋଜନ କରୁଥିବା ପୁରୁଷ ହକି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବ। ତେଣୁ ଭାରତୀୟ ଦଳ ପାଖରେ ବିଶ୍ୱକପ ଟିକେଟ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ରହିଛି।
ଭାରତ ଗ୍ରୁପ ଏରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଭାରତ ବ୍ୟତୀତ ଜାପାନ, ଚାଇନା ଓ କାଜାଖସ୍ତାନ ରହିଛନ୍ତି। ଭାରତ ତା’ର ଏସିଆ କପ ଅଭିଯାନ ଅଗଷ୍ଟ ୨୯ରେ ଚାଇନା ବିପକ୍ଷରୁ ଆରମ୍ଭ କରିବ। ଏହାପରେ ଅଗଷ୍ଟ ୩୧ରେ ଜାପାନ ଓ ସେପ୍ଟେମ୍ବର ୧ରେ କାଜାଖସ୍ତାନକୁ ଭେଟିବ।
ଦଳରେ ରାଜିନ୍ଦର ସିଂହ, ଶିଳାନନ୍ଦ ଲାକ୍ରା ଓ ଦିଲପ୍ରୀତ ସିଂହ ରହିଛନ୍ତି। ଏହି ୩ ଜଣ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଯାଇଥିଲେ। ଶମଶେର ସିଂହଙ୍କ ସ୍ଥାନରେ ରାଜିନ୍ଦର ସୁଯୋଗ ପାଇଥିବା ବେଳେ ନିକଟରେ ଅବସର ଘୋଷଣା କରିଥିବା ଲଳିତ ଉପାଧ୍ୟାୟଙ୍କ ସ୍ଥାନ ନେଇଛନ୍ତି ଲାକ୍ରା। ଗୁରଜନ୍ତ ସିଂହଙ୍କ ବଦଳରେ ଦିଲପ୍ରୀତଙ୍କୁ ପୁଣି ସୁଯୋଗ ଦିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଗୁରଜନ୍ତ ସିଂହଙ୍କୁ ଚୟନ କରାଯାଇ ନଥିଲା।
ଗୋଲକିପର ଦାୟିତ୍ୱ ନର୍ଭରଯୋଗ୍ୟ କ୍ରିଷ୍ଣନ ବି ପାଠକ ଓ ସୂରାଜ କାରକେରାଙ୍କ ଉପରେ ରହିବ। ଡିଫେନ୍ସରେ ହରମନପ୍ରୀତ ସିଂହଙ୍କ ସହ ଅମିତ ରୋହିଦାସ ରହିଛନ୍ତି। ଏହି ଦୁଇ ଭେଟରାନଙ୍କୁ ଜରମନପ୍ରୀତ ସିଂହ, ସୁମିତ, ସଞ୍ଜୟ ଓ ଯୁଗରାଜ ସିଂହ ସାଥ ଦେବେ।
ମିଡଫିଲ୍ଡର ଭାବେ ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରଜିନ୍ଦର, ରାଜ କୁମାର ପାଲ ଓ ହାର୍ଦ୍ଦିକ ସିଂହ ରହିଛନ୍ତି। ଫରୱାର୍ଡ ଲାଇନର ଦାୟିତ୍ୱ ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଓ ଦିଲପ୍ରୀତଙ୍କ ଉପରେ ରହିବ।
୧୮ ଜଣିଆ ସ୍କ୍ୱାଡରେ ନୀଲମ ସଞ୍ଜୀପଙ୍କୁ ରଖା ଯାଇ ନାହିଁ। କିନ୍ତୁ ସଞ୍ଜୀପ ଓ ସେଲଭମ କାର୍ତ୍ତି ଷ୍ଟାଣ୍ଡବାଇରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hockey_1755699037.jpg)