Advertisment

କ୍ରିଜ୍‌ ବାହାରେ ଥିଲେ ରାହୁଲ, ଥ୍ରୋ ୱିକେଟ୍‌ରେ ବାଜିଲା, କିନ୍ତୁ ନଟଆଉଟ୍‌

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ବିରଳ ଘଟଣା ଘଟିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କେଏଲ୍‌ ରାହୁଲ କ୍ରିଜ୍‌ ବାହାରେ ଥିବା ବେଳେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ରନ୍‌ ଆଉଟ୍‌ କରିବାକୁ ୱିକେଟ୍‌କୁ ବଲ୍‌ ଥ୍ରୋ କରିଥିଲେ। ବଲ୍‌ ମଧ୍ୟ ୱିକେଟ୍‌ରେ ମାଡ଼ ହୋଇଥିଲା। କିନ୍ତୁ ରାହୁଲ ନଟଆଉଟ୍‌ ରହିଥିଲେ। ତେବେ ଆସନ୍ତୁ […]

କ୍ରିଜ୍‌ ବାହାରେ ଥିଲେ ରାହୁଲ, ଥ୍ରୋ ୱିକେଟ୍‌ରେ ବାଜିଲା, କିନ୍ତୁ ନଟଆଉଟ୍‌

e

Advertisment

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ବିରଳ ଘଟଣା ଘଟିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisment

ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କେଏଲ୍‌ ରାହୁଲ କ୍ରିଜ୍‌ ବାହାରେ ଥିବା ବେଳେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ରନ୍‌ ଆଉଟ୍‌ କରିବାକୁ ୱିକେଟ୍‌କୁ ବଲ୍‌ ଥ୍ରୋ କରିଥିଲେ।

ବଲ୍‌ ମଧ୍ୟ ୱିକେଟ୍‌ରେ ମାଡ଼ ହୋଇଥିଲା। କିନ୍ତୁ ରାହୁଲ ନଟଆଉଟ୍‌ ରହିଥିଲେ। ତେବେ ଆସନ୍ତୁ ଜାଣିବା କ’ଣ ହୋଇଥିଲା ଓ କାହିଁକି ରାହୁଲଙ୍କୁ ଆଉତ ଘୋଷଣା କରାଗଲା ନାହିଁ।

Advertisment

ପଞ୍ଜାବ ବ୍ୟାଟିଂ କରୁଥିବା ବେଳେ ୧୩ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ୍‌ରେ ରାହୁଲ ଏକ ରନ୍‌ ନେବାକୁ ଚେଷ୍ଟା କରୁଥିଲେ। ହେଲେ ବଲ୍‌ଟି ଧୋନିଙ୍କ ହାତରେ ପଡ଼ି ଯାଇଥିଲା। ରାହୁଲ କିନ୍ତୁ ଏହାକୁ ଦେଖି ପାରି ନଥିଲେ। ସେ ରନ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ଧୋନି ବେଶ ଚତୁରତାର ସହ ବଲ୍‌ଟିକୁ ୱିକେଟ୍‌କୁ ଥ୍ରୋ କରିଥିଲେ।

ବଲ୍‌ଟି ୱିକେଟ୍‌ରେ ମାଡ଼ ହେବା ସହ ବେଲ୍‌ରେ ଥିବା ଲାଇଟ୍‌ ମଧ୍ୟ ଜଳିଥିଲା। ହେଲେ ବେଲ୍‌ଟି ନ ଖସିବାରୁ ରାହୁଲଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରି ନଥିଲେ। ଏହାକୁ ଦେଖି ନିଜେ ରାହୁଲ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe