Advertisment

ପାରା ଅଲିମ୍ପିକ୍ସ: ପଦକ ବିଜେତାଙ୍କ ପାଇଁ ଘୋଷଣା ହେଲା ଆର୍ଥିକ ପୁରସ୍କାର

ଭାରତ ପାରା ଅଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ହାସଲ କରିଛି। ସେହିପରି ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ୫୦ ପାର କରିଛି।

Paralympics

Paralympics

Advertisment

ନିକଟରେ ଶେଷ ହୋଇଥିବା ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟକ ପଦକ ଜିତିଛନ୍ତି। ଭାରତ ପାରା ଅଲିମ୍ପିକ୍ସରେ ୭ ସ୍ୱର୍ଣ୍ଣ ସହ ମୋଟ ୨୯ଟି ପଦକ କବଜା କରିଛି। ପୂର୍ବରୁ କୌଣସି ପାରା ଅଲିମ୍ପିକ୍ସରେ ଭାରତ ଏତେ ସଂଖ୍ୟକ ପଦକ ଜିତି ନଥିଲା। ଏହି ଐତିହାସିକ ସଫଳତା ପାଇଁ ଆଜି ଭାରତ ସରକାର ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।

Advertisment

ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ କେନ୍ଦ୍ର ସରକାର ୭୫ ଲକ୍ଷ ଟଙ୍କା ଲେଖାଏ ଦେବେ। ସେହିପରି ରୌପ୍ୟ ପଦକ ବିଜେତା ୫୦ ଲକ୍ଷ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ଖେଳାଳି ୩୦ ଲକ୍ଷ ଟଙ୍କା ପାଇବେ।

ସେହିପରି ମିକ୍ସଡ ଟିମ ଇଭେଣ୍ଟରେ ଦକ୍ଷତା ଦେଖାଇଥିବା ତୀରନ୍ଦାଜ ଶୀତଲ ଦେବୀଙ୍କ ଭଳି ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏପରି ଘୋଷଣା କରିଛନ୍ତି।

Advertisment

୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପାରା ଆଥଲେଟମାନେ କେମିତି ଅଧିକ ପଦକ ଜିତିପାରିବେ, ସେସବୁ ସୁବିଧା ଭାରତ ସରକାର ଯୋଗାଇ ଦେବେ ବୋଲି ମଧ୍ୟ ମାଣ୍ଡଭୀୟ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି, “ପାରା ଅଲିମ୍ପିକ୍ସ ଓ ପାରା କ୍ରୀଡ଼ାରେ ଭାରତ ଉପରକୁ ଉଠିବାରେ ଲାଗିଛି। ୨୦୧୬ରେ ୪ ପଦକ ଥିବା ବେଳେ ଟୋକିଓରେ ଆମେ ୧୯ ଓ ପ୍ୟାରିସରେ ୨୯ ପଦକ ଜିତି ୧୮ତମ ସ୍ଥାନରେ ପହଞ୍ଚିଛୁ। ଆମେ ପାରା ଆଥଲେଟମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବୁ। ଏହଦ୍ୱାରା ୨୦୨୮ ଏଲଏ ପାରା ଅଲିମ୍ପିକ୍ସ ଆମେ ଅଧିକ ପଦକ ଜିତି ପାରିବା।”

ଭାରତ ପାରା ଅଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ହାସଲ କରିଛି। ସେହିପରି ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ୫୦ ପାର କରିଛି।

Paris Paralympics Paris Paralympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe