Advertisment

ଆଇଏଏଫ୍ ଡାଇମଣ୍ଡ୍ ଲିଗ୍ :  ବିକାଶ ଗୌଡ଼ାଙ୍କୁ  ବ୍ରୋଞ୍ଜ୍

ସାଂଘାଇ: ଚୀନର ସାଂଘାଇରେ ଚାଲିଥିବା ଆଇଏଏଫ୍ ଡାଇମଣ୍ଡ୍ ଲିଗ୍ ସିରିଜରେ ରବିବାର ଡିସକସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ବିକାଶ ଗୌଡ଼ା। ୩୧ ବର୍ଷୀୟ ବିକାଶ ଡିସ୍କକୁ ୬୩.୯୦ ମିଟର ଫୋପାଡ଼ି ଥିଲେ। ପଞ୍ଚମ ରାଉଣ୍ଡରେ ସେ ଏହି ସଫଳତା ହାସଲ କରିଥିଲେ। ୨୦୧୩ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ପାଇଥିବା ପୋଲାଣ୍ଡର ଫିଓଟର ମାଲାଚୌସିକ୍ ୬୪.୬୫ ମିଟର ଫୋପାଡ଼ି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେହିଭଳି ପୋଲାଣ୍ଡର ରୋବର୍ଟ ଉର୍ବାନେକ ୬୪.୪୭ […]

ଆଇଏଏଫ୍ ଡାଇମଣ୍ଡ୍ ଲିଗ୍ :  ବିକାଶ ଗୌଡ଼ାଙ୍କୁ  ବ୍ରୋଞ୍ଜ୍

vikas

Advertisment

ସାଂଘାଇ: ଚୀନର ସାଂଘାଇରେ ଚାଲିଥିବା ଆଇଏଏଫ୍ ଡାଇମଣ୍ଡ୍ ଲିଗ୍ ସିରିଜରେ ରବିବାର ଡିସକସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ବିକାଶ ଗୌଡ଼ା। ୩୧ ବର୍ଷୀୟ ବିକାଶ ଡିସ୍କକୁ ୬୩.୯୦ ମିଟର ଫୋପାଡ଼ି ଥିଲେ। ପଞ୍ଚମ ରାଉଣ୍ଡରେ ସେ ଏହି ସଫଳତା ହାସଲ କରିଥିଲେ। ୨୦୧୩ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ପାଇଥିବା ପୋଲାଣ୍ଡର ଫିଓଟର ମାଲାଚୌସିକ୍ ୬୪.୬୫ ମିଟର ଫୋପାଡ଼ି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେହିଭଳି ପୋଲାଣ୍ଡର ରୋବର୍ଟ ଉର୍ବାନେକ ୬୪.୪୭ ମିଟର ଫୋପାଡ଼ି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇଛନ୍ତି।

Advertisment

ଜାତୀୟ ରେକର୍ଡ ନିଜ ନାମରେ ରଖିଥିବା ବିକାଶ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ଏସିଆନ୍ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ। ଆଜି ଆଇଏଏଫ୍ ଡାଇମଣ୍ଡ୍ ଲିଗ୍ ସିରିଜରେ ତୃତୀୟ ସ୍ଥାନରେ ରହିଥିବା ବିକାଶ ୪୦୦୦ ଡଲାର ପାଇବେ। ଏହା ସହିତ ଏକ ଡାଇମଣ୍ଡ ଲିଗ୍ ପଏଣ୍ଟ ପାଇବେ।

ତେବେ ଆଜି ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଥିବା ବିକାଶ ଗୌଡ଼ା କିନ୍ତୁ ଏବେବି ୨୦୧୬ ରିଓ ଅଲିମ୍ପିକ୍ ପାଇଁ ସ୍ଥାନ ପକ୍କା କରି ପାରିନାହାନ୍ତି। ଏଥିପାଇଁ ଯୋଗ୍ୟତା ସ୍ତରକୁ ୬୬ ମିଟର ରଖାଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe