Advertisment

ନୂଆ ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କିଏ କେଉଁ ସ୍ଥାନରେ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଆଜି ଅପଡେଟେଡ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ଏବଂ ବୋଲିଂ ରାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବରୁ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍‌ଙ୍କ କୋହଲିଙ୍କ ପଏଣ୍ଟ ଏବେ ଢେର ବଢ଼ିଯାଇଛି। ଅର୍ଥାତ ସେ ୯୩୪ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛନ୍ତି। ନିକଟରେ ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିୟରର ୨୫ତମ ଶତକ ହାସଲ କରିଥିବାରୁ ତାଙ୍କୁ ଏଭଳି ଫାଇଦା […]

ନୂଆ ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କିଏ କେଉଁ ସ୍ଥାନରେ

ICC TEST RANKING

Advertisment

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଆଜି ଅପଡେଟେଡ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ଏବଂ ବୋଲିଂ ରାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବରୁ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍‌ଙ୍କ କୋହଲିଙ୍କ ପଏଣ୍ଟ ଏବେ ଢେର ବଢ଼ିଯାଇଛି। ଅର୍ଥାତ ସେ ୯୩୪ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛନ୍ତି। ନିକଟରେ ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିୟରର ୨୫ତମ ଶତକ ହାସଲ କରିଥିବାରୁ ତାଙ୍କୁ ଏଭଳି ଫାଇଦା ମିଳିଛି।

Advertisment

ସେହିପରି ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ କୋହଲିଙ୍କୁ କଡ଼ା ଟକ୍କର ଦେବା ପାଇଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌। ତାଙ୍କ ପାଖରେ ୯୧୫ ପଏଣ୍ଟ ରହିଛି। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ୯ଶହ ଉପରକୁ ପଏଣ୍ଟ ପାଇଛନ୍ତି। ସେହିପରି ବର୍ଷକ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ଷ୍ଟିଭ୍‌ ସ୍ମିଥ ୮୯୨ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥରେ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ରହିଛନ୍ତି। ୫ମରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ରହିଥିବା ବେଳେ ୬ଷ୍ଠରେ ଡେଭିଡ୍‌ ୱାର୍ଣ୍ଣର, ୭ମରେ ଶ୍ରୀଲଙ୍କାର ଦିମୁଥ କରୁଣରତ୍ନେ, ୮ମରେ ଡେନ୍‌ ଏଲଗାର, ୯ମରେ ପାକିସ୍ତାନର ଆଝାର ଅଲ୍ଲୀ ଓ ୧୦ମରେ ହେନରୀ ନିକୋଲସ୍‌ ରହିଛନ୍ତି।

ଅନ୍ୟମାନଙ୍କ କଥା ବିଚାରକୁ ନେଲ ଉସମାନ ଖ୍ୱାଜା ଭାରତ ବିରୋଧରେ ୭୨ ରନ୍‌ର ଇନିଂସ୍‌ ଖେଳିବା ପରେ ଗୋଟିଏ ସ୍ଥାନ ଉପରକୁ ଉଠି ୧୨ ନଂରେ ପହଞ୍ଚିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ ୫୫ ନଂରୁ ୪୪ ନଂରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆର ଅଜିଙ୍କ୍ୟ ରାହଣେ ୧୫ ନଂରେ ପହଞ୍ଚିଥିବା ବେଳେ ରିଷଭ ପନ୍ତ ୧୧ଟି ସ୍ଥାନ ଉପରକୁ ଉଠି ୪୮ ନଂରେ ପହଞ୍ଚିଛନ୍ତି।

Advertisment

ଅନ୍ୟପକ୍ଷରେ ବୋଲିଂ କଥା ବିଚାରକୁ ନେଲେ ଟିମ୍‌ ଇଣ୍ଡିଆର ଯଶପ୍ରୀତ ବୁମ୍ରା ୫ଟି ସ୍ଥାନ ଉପରକୁ ଉଠି ୨୮ ନଂରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୬ଟି ୱିକେଟ୍‌ ନେଇଥିବା ମହମ୍ମଦ ଶାମି ୨ଟି ସ୍ଥାନ ଉଠି ୨୧ ନଂରେ ପହଞ୍ଚିଥିଲା ବେଳେ ଇଶାନ୍ତ ଶର୍ମା ୨୬ ନଂରେ ରହିଛନ୍ତି।

ଅଷ୍ଟ୍ରେଲିଆର ସ୍ପିନର ନେଥନ ଲାୟନ ୭ ନଂ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ବୋଲିଂ ରାଙ୍କର ୧ ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡ଼ା ଥିବା ବେଳେ ୨ ନଂରେ ଜେମ୍ସ ଆଣ୍ଡରସନ୍‌, ୩ରେ ଭେରନନ୍‌ ଫିଲାଣ୍ଡର, ୪ର୍ଥରେ ମହମ୍ମଦ ଆବ୍ବାସ ଓ ୫ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe