Advertisment

ଅନଲାଇନ ଠକଙ୍କ ଜାଲ୍‌ରେ ଫସିଲା ଆଇସିସି, ହରାଇଲା କୋଟି କୋଟି ଟଙ୍କା

ଅନଲାଇନ ଠକ ଜାଲରେ ପଡ଼ି ସାଧାରଣ ଲୋକ ଲକ୍ଷାଧିକ ଟଙ୍କା ହରାଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ତେବେ ଅତ୍ୟନ୍ତ ସୁରକ୍ଷା ବଳୟ ମଧ୍ୟରେ କାମ କରୁଥିବା ସଂସ୍ଥା ଓ ଲୋକବଳ ଥିବା ସଂଗଠନ ବି କ’ଣ ଅନଲାଇନ ଠକେଇର ଶିକାର ହୋଇପାରିବେ?

ICC

ICC

Advertisment

ଡିଜିଟାଲ ଯୁଗରେ ଅନଲାଇନ ଠକେଇ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅନଲାଇନ ଠକ ଜାଲରେ ପଡ଼ି ସାଧାରଣ ଲୋକ ଲକ୍ଷାଧିକ ଟଙ୍କା ହରାଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ତେବେ ଅତ୍ୟନ୍ତ ସୁରକ୍ଷା ବଳୟ ମଧ୍ୟରେ କାମ କରୁଥିବା ସଂସ୍ଥା ଓ ଲୋକବଳ ଥିବା ସଂଗଠନ ବି କ’ଣ ଅନଲାଇନ ଠକେଇର ଶିକାର ହୋଇପାରିବେ?

Advertisment

ଆଜ୍ଞା ହଁ, ସେମାନେ ମଧ୍ୟ ଏବେ ଅନଲାଇନ ଠକଙ୍କ ଜାଲରେ ପଡ଼ିବା ଆରମ୍ଭ କଲେଣି। ଏହାର ଜ୍ୱଳନ୍ତ ଉଦାହାରଣ ହେଉଛି ଆଇସିସି। କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ଠାରୁ ଅନଲାଇନ ଠକମାନେ ୨.୫ ମିଲିୟନ ଡଲାର ବା ୨୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଆଇସିସି କେବଳ ଥରେ ଠକାମୀର ଶିକାର ହୋଇନି। ମାତ୍ର କିଛି ମାସ ମଧ୍ୟରେ ସଂସ୍ଥା ୪ଥର ଅନଲାଇନ ଠକଙ୍କ ଜାଲରେ ଫସିଛି।

ଦୁବାଇରେ ଥିବା ଆଇସିସି ମୁଖ୍ୟାଳୟର କର୍ମଚାରୀ କିମ୍ବା ଅଧିକାରୀ ଗୁରୁବାର ଯାଏ ଅନଲାଇନ ଠକଙ୍କ ଜାଲରେ ପଡ଼ିଥିବା ସମ୍ପର୍କରେ କୌଣସି ଆଭାସ ପାଇ ନଥିଲେ। ହେଲେ ଗୁରୁବାର ବିଳମ୍ବିତ ରାତିରେ ସେମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି। ଅବଶ୍ୟ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇନି। କିନ୍ତୁ ଆଇସିସି ଅନଲାଇନ ଠକାମୀ ଘଟଣାର ତଦନ୍ତ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଅନଲାଇନ ଠକମାନେ ଆମେରିକାରୁ ଏପରି ଠକାମୀ କରିଛନ୍ତି। ପ୍ରଥମେ ସେମାନେ ନିଜକୁ ଆଇସିସିର ଜଣେ ପରାମର୍ଶଦାତା ଭାବେ ପରିଚୟ ଦେଇ ଗୋଟିଏ ଇ-ମେଲ ଆଇଡି ଖୋଲିଥିଲେ। ଏହି ଇ-ମେଲ ଆଇଡିଟି ସଂପୂର୍ଣ୍ଣ ଭାବେ ଆଇସିସିର ଇ-ମେଲ ଆଇଡି ସହ ମେଳ ଖାଉଥିଲା।

ଏହି ନକଲି ଇ-ମେଲ ଆଇଡିରୁ ଆଇସିସିର ସିଏଫଓଙ୍କୁ ଗୋଟିଏ ବିଲ୍‌ ପଠାଯାଇ ୨୦ କୋଟିରୁ ଅଧିକ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ସିଏଫଓ ମଧ୍ୟ ଏହାର ଯାଞ୍ଚ ନ କରି କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଧ୍ୟାନ ନଦେଇ ଟଙ୍କା ପଠାଇ ଦେଇଥିଲେ। କେଉଁ ପରିସ୍ଥିତିରେ ଆଇସିସିର ସିଏଫଓ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ ନ କରି ଟଙ୍କା ପଠାଇଲେ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଇସିସି ସହ ଏପରି ଅନଲାଇନ ଠକାମୀ ସମସ୍ତଙ୍କୁ ଚକିତ କରି ଦେଇଛି। ତେବେ ସଂସ୍ଥା ଏଯାଏ ଘଟଣା ସମ୍ପର୍କରେ କୌଣସି ପ୍ରକାରର ସୂଚନା ଦେଇନାହିଁ। ଆଭ୍ୟନ୍ତରୀଣ ତଦନ୍ତ ପରେ ହିଁ ଆଇସିସି ପକ୍ଷରୁ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବା ବୋଲି କ୍ରିକେଟ ସହ ଜଡ଼ିତ ବିଶେଷଜ୍ଞମାନେ କହିଛନ୍ତି।

Online Fraud Cricket ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe