ରୌଫ ଓ ଫରହାନ
ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଓଦ୍ଧତ୍ୟର ସୀମା ଟପି ଥିବା ପାକିସ୍ତାନର ଦ୍ରୁତ ବୋଲର ହାରିଶ ରୌଫ(Haris Rauf) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିବା ରୌଫଙ୍କ ମ୍ୟାଚ୍କୁ ଆଇସିସି ୩୦% କାଟି ଦେଇଛି।
ସେହିପରି ଭବିଷ୍ୟତରେ ନିଜ ଆଚରଣ ଓ ଉଚାରଣରେ ସଂଯମତା ରଖା କରିବାକୁ ମଧ୍ୟ ଆଇସିସି ପକ୍ଷରୁ ରୌଫଙ୍କୁ ପରାମର୍ଶ ଦିଆଯାଇଛି। ଜଣେ ଭାରତୀୟ ବ୍ୟାଟରଙ୍କୁ ଆଉଟ କରିବା ପରେ ବିମାନ ଦୁର୍ଘଟଣା ଭଳି ହାତରେ ଇଙ୍ଗିତ କରିଥିବା ରୌଫଙ୍କୁ ଆଇସିସି ପ୍ୟାନେଲରେ ଥିବା ସଦସ୍ୟମାନେ ସମାଲୋଚନା କରିଛନ୍ତି। ଏହା କ୍ରୀଡ଼ା ମନୋଭାବର ବିରୋଧାଚରଣ ବୋଲି ସେମାନେ ମତ ରଖି ରୌଫଙ୍କୁ ଦଣ୍ଡିତ କରିଛନ୍ତି।
ହାରିଶଙ୍କ ବ୍ୟତୀତ ପାକିସ୍ତାନ ଓପନର ସାହିବଜାଦା ଫରହାନ(Sahibzada-farhan) ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍ରେ ବନ୍ଧୁକ ସେଲିବ୍ରେସନ କରିଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ବେଳେ ବ୍ୟାଟକୁ ଏକେ ୪୭ ଭଳି ବ୍ୟବହାର କରି ଗୁଳି ଫୁଟାଇବାର ସଙ୍କେତ ଦେଇଥିଲେ। ଏହା ଆଇସିସି ଆଚରଣ ବିଧିର ଲେଭଲ ୧ ଅପରାଧ ହୋଇଥିବାରୁ ଉଭୟଙ୍କୁ ନୋଟିସ କରାଯାଇଥିଲେ। ଉଭୟ ନିଜର ଦୋଷ ସ୍ୱୀକାର ନ କରିବାରୁ ଅଭିଯୋଗର ଶୁଣାଣି ହୋଇଥିଲା।
ଶୁଣାଣି ବେଳେ ରୌଫଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି। ଫରହାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି ଆଇସିସି। ଭବିଷ୍ୟତରେ ଏପରି ଆଚରଣ ନ କରିବାକୁ ତାଙ୍କୁ କୁହାଯାଇଛି। ଲେଭଲ ୧ ଅଫେନ୍ସରେ ସାଧାରଣତଃ ଖେଳାଳିଙ୍କ ମ୍ୟାଚ୍ ଫି’ ୫୦% କଟା ଯାଇଥାଏ। ସେହିପରି ସଂପୃକ୍ତ ଖେଳାଳିଙ୍କୁ ଗୋଟିଏରୁ ୨ଟି ଡିମେରିଟ ପଏଣ୍ଟ ମିଳିଥାଏ। ହେଲେ ରୌଫଙ୍କ କ୍ଷେତ୍ରରେ ଆଇସିସି ସାମାନ୍ୟ ଉଦାର ମାନିସକତା ପ୍ରଦର୍ଶନ କରିଛି।
ଭାରତ ବିପକ୍ଷ ମ୍ୟାଚ୍ ବେଳେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଉତ୍ତେଜନା ସୃଷ୍ଟି କରିବା ଭଳି ଇଙ୍ଗିତ କରିଥିବା ପାକିସ୍ତାନ(Pakistan)ର ଦୁଇ କ୍ରିକେଟର ହାରିଶ ରୌଫ ଓ ସାହିବଜାଦା ଫରହାନଙ୍କ ବିରୋଧରେ ବିସିସିଆଇ ବିଧିବଦ୍ଧ ଭାବେ ଆଇସିସି ନିକଟରେ ଅଭିଯୋଗ କରିଥିଲା।
ଏସିଆ କପ(Asia Cup)ର ସୁପର ୪ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହାରିଶ ରୌଫ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ଇଙ୍ଗିତ କରିଥିଲେ।
ସେହିପରି ଫରହାନ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟକୁ ଏକେ ୪୭ ବନ୍ଧୁକ ଭଳି ଧରି ଗୁଳି ଫୁଟାଇବା ଭଳି ସଙ୍କେତ ଦେଇଥିଲେ। ଦର୍ଶକଙ୍କୁ ବିମାନ ଖସିବାର ସଙ୍କେତ ଦେବା ସହ ସଞ୍ଜୁ ସାମସନଙ୍କୁ ବୋଲ୍ଡ କରିବା ପରେ ମଧ୍ୟ ରୌଫ ସମାନ ବ୍ୟବହାର ପ୍ରଦର୍ଶନ କରିଥିଲେ।
ଆଜି ଶୁଣାଣି ବେଳେ ୬-୦ ଇଙ୍ଗିତ ସମ୍ପର୍କରେ ରୌଫଙ୍କୁ ଆଇସିସି ପ୍ୟାନେଲ ସଦସ୍ୟ ପ୍ରଶ୍ନ କରିଥିଲେ। ଏପରି ଇଙ୍ଗିତ ସହ ଭାରତର କୌଣସି ସମ୍ପର୍କ ନଥିବା ସେ ସଫେଇ ଦେଇଥିଲେ। ଓଲଟା ଭାରତ ସହ ୬-୦ କେମିତି ଜଡ଼ିତ ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ବିମାନ କ୍ରାଶର ଇଙ୍ଗିତ କ’ଣ ପାଇଁ ବୋଲି ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନଥିଲା। ସେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏପରି କରିଥିବା ଆଇସିସି ହୃଦୟଙ୍ଗମ କରିବାରୁ ତାଙ୍କ ମ୍ୟାଚ ୩୦% କଟା ଯାଇଛି।
ଅନ୍ୟପକ୍ଷରେ ଫରହାନ ଆଇସିସି ଦଣ୍ଡରୁ ବର୍ତ୍ତିବା ପାଇଁ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନାଁ ନେଇଥିଲେ। ଏହି ଦୁଇ ଖେଳାଳି ମଧ୍ୟ ଏକଦା ଗନ ସେଲିବ୍ରେସନ କରିଥିଲେ ହେଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ସେ ସଫେଇ ଦେଇଥିଲେ। ଏଥିସହ ସେ ପଠାନ ହୋଇଥିବାରୁ ତାଙ୍କ ଅଞ୍ଚଳରେ ଉତ୍ସବ ପାଳନ ବେଳେ ବନ୍ଧୁକରୁ ଗୁଳି ଚଳାଯାଏ ବୋଲି ଆଇସିସିକୁ କହିଥିଲେ। ଆଇସିସି ଏହା ଶୁଣିବା ପରେ ଫରହାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/26/farhan-2025-09-26-18-28-56.jpg)