/odisha-reporter/media/post_attachments/uploads/2020/12/icc-t20.jpg)
icc-t20
ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଦଶନ୍ଧିର ଶ୍ରେଷ୍ଠ ଏଗାର ଜଣିଆ ଟି-ଟ୍ୱେଣ୍ଟି ଟିମ୍ ଘୋଷଣା କରିଛି ଆଇସିସି। ଏହି ଦଳରେ ଦୀର୍ଘ ଦିନ ଧରି ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିବା ପାକିସ୍ତାନ ଦଳର କୌଣସି ଖେଳାଳି ସ୍ଥାନ ପାଇ ନାହାନ୍ତି। ହେଲେ ଭାରତର ଚାରି ଖେଳାଳି ଏକାଦଶରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଟିମରେ ସର୍ବାଧିକ ଖେଳାଳି ମଧ୍ୟ ଭାରତର ରହିଛନ୍ତି।
ଏହି ଟି-ଟ୍ୱେଣ୍ଟି ଦଳର ଅଧିନାୟକ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନିଙ୍କୁ ହସ୍ତାନ୍ତର କରିଛି ଆଇସିସି। ସେହିପରି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରାଙ୍କୁ ଆଇସିସି ଏହି ଦଶନ୍ଧି ଟିମରେ ସାମିଲ କରିଛି। ଭାରତୀୟ ଖେଳାଳିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, କିରନ୍ ପୋଲାର୍ଡ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ଏକମାତ୍ର ଖେଳାଳି ଭାବରେ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଏବେର କ୍ୟାପଟେନ ଆରୋନ ଫିଞ୍ଚ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
https://twitter.com/ICC/status/1343116917331128321?s=20
ଆଫଗାନିସ୍ତାନର ସ୍ପିନର ରସିଦ ଖାନ୍, ଶ୍ରୀଲଙ୍କାର ଦ୍ରୁତ୍ ବୋଲର ଲସିଥ ମାଲିଙ୍ଗା ସାମିଲ୍ ହୋଇଛନ୍ତି। ହେଲେ ପାକିସ୍ତାନ ଏବଂ ଇଂଲଣ୍ଡର କୌଣସି ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
