Advertisment

'ଚାମ୍ପିୟନ୍ସ ଟ୍ରଫି ଟୁର୍' ନୂଆ କାର୍ଯ୍ୟସୂଚୀ ଜାରି, ପିଓକେକୁ ବାଦ ଦେଲା ଆଇସିସି

ଚାମ୍ପିୟନ୍ସ ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି ଆଇସିସି। ଏଥିରେ ପିଓକେର କୌଣସି ସହର ନାହିଁ।

Champions Trophy (File Photo)

Champions Trophy (File Photo)

Advertisment

ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଟ୍ରଫି ଆଜିଠାରୁ ପାକିସ୍ତାନରେ ଟୁର୍ ଆରମ୍ଭ କରିଛି। ଚାମ୍ପିୟନ୍ସ ଟ୍ରଫିକୁ ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ନେଇଯିବା ପାଇଁ ଯୋଜନା କରିଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା। ଭାରତର ଆପତ୍ତି ପରେ ଆଜି ଆଇସିସି ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି। ହେଲେ ଏଥିରେ ପିଓକେର କୌଣସି ସହର ନାହିଁ।

Advertisment

ଚାମ୍ପିୟନ୍ସ ଟ୍ରଫି ଆଜି, ଅର୍ଥାତ ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବିଭିନ୍ନ ସହର ଭ୍ରମଣ କରିବ। ଏହି କାର୍ଯ୍ୟକ୍ରମରେ ଟ୍ରଫିକୁ ପିଓକେ ନେଇ ଯିବାକୁ ଯୋଜନା କରିଥିଲା ପାକିସ୍ତାନ। ହେଲେ ବିସିସିଆଇର ଆପତ୍ତି ପରେ ଆଇସିସି ପାକିସ୍ତାନକୁ ତାଗିଦ୍ କରିଥିଲା। କୌଣସି ବିବାଦୀୟ ସ୍ଥାନରୁ ଟ୍ରଫି ନନେବାକୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲା ଆଇସିସି। ଏହାସହ ଆଜି ଟ୍ରଫି ଟୁର କାର୍ଯ୍ୟକ୍ରମ ପାଇଁ ଆଜି ବିଭିନ୍ନ ଅଂଶଗ୍ରହଣକାରୀ ଦେଶର ନୂଆ ସହର ତାଲିକା ଜାରି କରିଛି ଆଇସିସି। ସଦ୍ୟତମ ପ୍ରକାଶିତ ତାଲିକାରେ ପାକ୍ ଅଧିକୃତ କାଶ୍ମୀରର କୌଣସି ସହର ନାହିଁ। 

ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ କାର୍ଯ୍ୟକ୍ରମରେ ପାକିସ୍ତାନରେ ନଭେମ୍ବର ୧୬ରୁ ୨୫ ତାରିଖ ଯାଏଁ ବୁଲିବ। ଏହାପରେ ଆଫଗାନିସ୍ତାନ ଯାଇ ସେଠାରେ ୨୬ରୁ ୨୮ ତିନିଦିନ ଭ୍ରମଣ କରିବ। ଏହାପରେ ବାଂଲାଦେଶ ପହଞ୍ଚି ସେଠାରେ ଡିସେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ବୁଲିବ। ଡିସେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ, ଡିସେମ୍ବର ୨୫ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ, ଜାନୁଆରୀ ୬ରୁ ୧୧ ନ୍ୟୁଜିଲାଣ୍ଡରେ, ଜାନୁଆରୀ ୧୨ରୁ ୧୪ ଯାଏଁ ଇଂଲଣ୍ଡରେ ଭ୍ରମଣ କରିବ। ଏହାପରେ ଟ୍ରଫି ଭାରତ ଆସିବ। ୧୫ରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ଭାରତରେ ବିଭିନ୍ନ ସହର ଭ୍ରମଣ କରିବ ଚାମ୍ପିୟନ୍ସ ଟ୍ରଫି। ଏହାପରେ ୨୭ ଜାନୁଆରୀରେ ଟ୍ରଫି ପୁଣି ପାକିସ୍ତାନ ଫେରିଯିବ।

Advertisment
Pakistan Cricket Board ICC Bcci Champions Trophy Champions Trophy Tour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe