Advertisment

ଧୋନିଙ୍କ ସମ୍ପର୍କରେ ଆଇସିସିର ଏମିତି ଟ୍ୱିଟ୍ କାହିଁକି

ଲିଡ୍ସ: ସମ୍ଭବତଃ ଚଳିତ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ନ ମିଳିପାରେ। କାରଣ ଧୋନି ଏହି ବିଶ୍ୱକପ୍‌ ପରେ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଆଇସିସିର ଏକ ଟ୍ୱିଟ୍‌ ଅଧିକ ସକ୍ରିୟ କରିଛି। ଆଜି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆଇସିସି ଧୋନିଙ୍କ ପ୍ରଶଂସା କରି ଏକ ଟ୍ୱିଟ କରିଛି। ଏଥିରେ ଆଇସିସି ଧୋନିଙ୍କୁ ବିଦାୟ ଜଣାଇବା […]

author-image
Hemant Lenka
ଧୋନିଙ୍କ ସମ୍ପର୍କରେ ଆଇସିସିର ଏମିତି ଟ୍ୱିଟ୍ କାହିଁକି

qqa

ଲିଡ୍ସ: ସମ୍ଭବତଃ ଚଳିତ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ନ ମିଳିପାରେ। କାରଣ ଧୋନି ଏହି ବିଶ୍ୱକପ୍‌ ପରେ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଆଇସିସିର ଏକ ଟ୍ୱିଟ୍‌ ଅଧିକ ସକ୍ରିୟ କରିଛି। ଆଜି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆଇସିସି ଧୋନିଙ୍କ ପ୍ରଶଂସା କରି ଏକ ଟ୍ୱିଟ କରିଛି।

Advertisment

ଏଥିରେ ଆଇସିସି ଧୋନିଙ୍କୁ ବିଦାୟ ଜଣାଇବା ଭଳି କିଛି କଥା ଲେଖିଛି। ଆଇସିସି ଲେଖିଛି ଯେ “ଭାରତୀୟ କ୍ରିକେଟର ଚେହେରା ବଦଳାଇବାରେ ଜଣେ ବ୍ୟକ୍ତିଙ୍କ ଅବଦାନ ରହିଛି। ଆଉ ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି।

ଗୋଟିଏ ନାଁ ଯାହା ବିଶ୍ୱକୁ ପ୍ରେରଣା ଯୋଗାଇଛି। ଗୋଟିଏ ନାଁ ଯିଏ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ସେ ନାଁଟି ହେଉଛି ଏମ୍‌ଏସ୍‌ ଧୋନି। ଏହା କେବଳ ଏକ ସାଧାରଣ ନାଁ ନୁହେଁ।” ଏହି ଟ୍ୱିଟ୍‌ ସହ ଏକ ଭିଡିଓ ମଧ୍ୟ ଆଇସିସି ପୋଷ୍ଟ କରିଛି। ଏହି ଭିଡିଓରେ ଧୋନିଙ୍କ କିଛି ଆକର୍ଷଣୀୟ ଶଟ୍‌ର ଦୃଶ୍ୟ ରହିଛି।

Advertisment

ଦେଖନ୍ତୁ ଭିଡିଓ

https://twitter.com/i/status/1147369582392295424