Advertisment

ବିଶ୍ୱକପ 2023: ଟସ୍ ଜିତିଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ

ଚଳିତ ବିଶ୍ୱକପରେ ଭଲ ଫର୍ମରେ ରହିଛି ଟିମ୍ ଇଣ୍ଡିଆ।

ଅଦ୍ୟତନ ହୋଇଛି
India & Sri Lanka Captain

India & Sri Lanka Captain

Advertisment

ଆଜି ୱାଙ୍ଖଡେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା। ଟସ୍ ଜିତି ଶ୍ରୀଲଙ୍କା ନେଇଛି ଫିଲ୍ଡିଂ ନିଷ୍ପତ୍ତି। ଆଜିର ମ୍ୟାଚ୍ ଜିତି ସେମି ଟିକେଟ୍ ପକ୍କା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ। ସେପଟେ ଦଳର ସ୍ଥିତି ଭଲ ନଥିବାରୁ ଆଟାକିଂ ମୁଡରେ ରହିବେ ଶ୍ରୀଲଙ୍କା ପ୍ଲେୟର୍। 

Advertisment

ଚଳିତ ବିଶ୍ୱକପରେ ଭଲ ଫର୍ମରେ ରହିଛି ଟିମ୍ ଇଣ୍ଡିଆ। ଏଜାବତ୍ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ 6ଟି ମ୍ୟାଚ୍ ଜିତି ମଜବୁତ ସ୍ଥିତିରେ ଅଛି ରୋହିତ ବାହିନୀ। ଆଜିର ମ୍ୟାଚ୍ ଜିତିଲେ ଭାରତ ଡାଇରେକ୍ଟ ସେମିଫାଇନାଲକୁ ଯିବ। ତେଣୁ ଆଜି ବି ଭାରତୀୟ ବ୍ୟାଟର ଓ ବୋଲରଙ୍କ ଆଉ ଏକ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଖେଳିଥିବା 6ଟି ମ୍ୟାଚ ମଧ୍ୟରୁ ଚାରିଟି ହାରିଛି। ନିକଟରେ ଶ୍ରୀଲଙ୍କା ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ 7 ୱିକେଟରେ ହାରି ଖରାପ ସ୍ଥିତିରେ ରହିଛି। ଏହାସହ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମଧ୍ୟ ପରାଜିତ ହୋଇଛି ଦଳ। ତେଣୁ ଆଜିର ମ୍ୟାଚ୍ ପାଇଁ କଡା ମୁକାବିଲା କରିପାରନ୍ତି।

Advertisment

2011 ବିଶ୍ୱକପ ଫାଇନାରେ ମୁମ୍ବାଇର ଏହି ୱାଙ୍ଖଡେ ଷ୍ଟାଡିୟମରେ ଦୁଇ ଶକ୍ତିଶାଳୀ ଟିମ୍ ମୁହାଁମୁହିଁ ହୋଇଥିଲେ। କ୍ରିକେଟ ଇତିହାସରେ ସର୍ବଦା ଏହି ଦୁଇ ଟିମ୍ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳେ। 

ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ:  ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିଜ୍(ୱିକେଟ କିପର୍/ଅଧିନାୟକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଆଞ୍ଜେଲୋ ମାଥ୍ୟୁସ, ଦୁଶନ ହେମନ୍ତ, ମହେଶ ଥୀକସେନା, କସୁନ ରଜିଥା, ଦୁସ୍ମନ୍ତ ଚାମିରା, ଦିଲସାନ ମଧୁଶଙ୍କା। 

Cricket Sports Cricket World Cup ICC World Cup CWC Men's WC IndVsSri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe