Advertisment

ବିଶ୍ୱକପ ମୁକାବିଲା: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ

ଦିନିକିଆ ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ-ବାଂଲାଦେଶ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ। ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିଅମରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ-ବାଂଲାଦେଶ। ଦିନିକିଆ ବିଶ୍ୱକପରେ ଭାରତର ଏହା ଚତୁର୍ଥ ମୁକାବିଲା। 

Advertisment

ଆଜିର ମ୍ୟାଚକୁ କବଜା କରି ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ। ପୂର୍ବରୁ ଅଷ୍ଟେରଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତି ସାରିଛି ଭାରତ। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟ ରହିଛି। 

ସେପଟେ ବାଂଲାଦେଶ କ୍ୟାପ୍ଟେନ୍ ସାବିକ୍ ଅଲ୍ ହାସନ୍ ଆଜି ପ୍ଲେୟିଂ ଇଲେଭେନରେ ନାହାନ୍ତି। ଅସୁସ୍ଥତା କାରଣରୁ ସେ ବାଦ୍ ପଡିଛନ୍ତି। ତାଙ୍କ ବଦଳରେ ନଜମୁଲା ହୁସେନ ଶାନ୍ତୋ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଟିମର ପ୍ରଦର୍ଶନ ଦୁର୍ବଳ ଥିବାରୁ ଆଟାକିଂ ମୁଡରେ ରହିବେ ଶାନ୍ତୋ ବାହିନୀ। ତେଣୁ ଏକ କଡା ମୁକାବିଲାର ଆଶା କରାଯାଉଛି।

Advertisment

ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା(ଭାଇସ୍ କ୍ୟାପ୍ଟେନ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ। 

ବାଂଲାଦେଶ ଚୂଡାନ୍ତ ଏକାଦଶ: ଲିଟନ ଦାସ, ତାନଜିଦ ହାସନ, ନଜମୁଲା ହୁସେନ ଶାନ୍ତୋ(କ୍ୟାପ୍ଟେନ), ମେହିଦୀ ହାସନ ମିରାଜ, ତୋହିଦ ହ୍ରିଦୋୟ, ମୁଶଫିକର ରହିମ(ୱିକେଟ କିପର), ମହମ୍ମଦଉହ୍ଲା, ନାସମ ଅହମିଦ, ହାସନ ମହମ୍ମଦସ ମୁସ୍କାଫିଜର ରହମାନ, ଶୋରିଫୁଲ ଇସଲାମ।

Cricket ICCC World Cup Ind Vs Ban CWC 2023 Sports ICC