Advertisment

କ୍ରିକେଟରରୁ ଅଭିନେତା ସାଜିବେ ରାହୁଲ ଦ୍ରାବିଡ!

ସିନେମାରେ ଅଭିନେୟ କରିବା ନେଇ ହିଣ୍ଟ୍ସ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ।

Rahul Dravid

Rahul Dravid

Advertisment

ସିନେମାରେ ଅଭିନେୟ କରିବା ନେଇ ହିଣ୍ଟ୍ସ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ। ଏକ ଆୱାର୍ଡ ପ୍ରୋଗ୍ରାମରେ ରାହୁଲ ଦ୍ରାବିଡ କହିଛନ୍ତି, ତାଙ୍କ ବାୟୋପିକ୍ ହେଲେ ସେ ନିଜେ ଅଭିନୟ କରିବେ।

Advertisment

ଆୱାର୍ଡ ପ୍ରୋଗ୍ରାମର ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ରାହୁଲ ଦ୍ରାବିଡଙ୍କୁ ପଚରା ଯଇଥିଲା। ଯଦି ତାଙ୍କ ଉପରେ ବାୟୋପିକ୍ ତିଆରି ହୁଏ, ତେବେ କିଏ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତୁ ବୋଲି ସେ ଚାହିଁବେ? ରାହୁଲ ଦ୍ରାବିଡ ହସି ହସି ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇ କହିଥିଲେ, "ଯଦି ଯଥେଷ୍ଟ ଟଙ୍କା ମିଳେ, ତେବେ ମୁଁ ନିଜେ ଅଭିନୟ କରିବ।"

ପ୍ରକାଶ ଥାଉକି ନିକଟରେ ଯୁବରାଜ ସିଂହଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ ହେବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଏବଂ ଅନ୍ୟ ଖେଳାଳିଙ୍କ ଉପରେ ବାୟୋପିକ୍ ନିର୍ମାଣ କରାଯାଇଛି।

Advertisment

ଧୋନିଙ୍କ ଉପରେ ଆଧାରିତ ବାୟୋପିକରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ। ସେହିପରି କ୍ରିକେଟର ଭଗବାନ କୁହା ଯାଉଥିବା ସଚିନ ତେନ୍ଦୁଲକରଙ୍କ ଉପରେ ମଧ୍ୟ ଏକ ଡକ୍ୟୁମେଣ୍ଟାରୀ ନିର୍ମାଣ କରାଯାଇଥିଲା, ଯାହାର ନାଁ ଥିଲା- ସଚିନ: ଏ ବିଲେୟନ୍ ଡ୍ରିମ୍ସ।  

Cricket Rahul Dravid Biopic Rahul Dravid On Biopic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe