Advertisment

ଅବିଶ୍ୱସନୀୟ ଭାବେ ଛକା ଅଟକାଇଲେ ମ୍ୟାକ୍‌କୁଲମ, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ୍‌ବ୍ୟାଶରେ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମଙ୍କ ଏକ ଜବରଦସ୍ତ ଫିଲ୍ଡିଂ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମ୍ୟାକ୍‌କୁଲମ ଦଳ ପାଇଁ ଉଭୟ ଛକା ଓ ବାଉଣ୍ଡରୀ ରକ୍ଷା କରିଥିଲେ ହେଁ ଏହାକୁ ନେଇ ଟ୍ୱିଟର୍‌ରେ ନାନା ମତ ପ୍ରକାଶ ପାଇଛି। ବ୍ରିସବେନ୍‌ ହିଟସ୍‌ ପକ୍ଷରୁ ଖେଳୁଥିବା ମ୍ୟାକ୍‌କୁଲମ ସିଡ୍‌ନୀ ସିକ୍ସର୍ସକୁ ବାଉଣ୍ଡରୀ ହାସଲ କରିବାରୁ ରୋକି ଦେଇଛନ୍ତି। ସିଡ୍‌ନୀ ସିକ୍ସର୍ସର ୧୬ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ଦଳ ପକ୍ଷରୁ ୪୬ଟି ବଲ୍‌ରେ ୭୫ […]

ଅବିଶ୍ୱସନୀୟ ଭାବେ ଛକା ଅଟକାଇଲେ ମ୍ୟାକ୍‌କୁଲମ, ଦେଖନ୍ତୁ ଭିଡିଓ

rw

Advertisment

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ୍‌ବ୍ୟାଶରେ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମଙ୍କ ଏକ ଜବରଦସ୍ତ ଫିଲ୍ଡିଂ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମ୍ୟାକ୍‌କୁଲମ ଦଳ ପାଇଁ ଉଭୟ ଛକା ଓ ବାଉଣ୍ଡରୀ ରକ୍ଷା କରିଥିଲେ ହେଁ ଏହାକୁ ନେଇ ଟ୍ୱିଟର୍‌ରେ ନାନା ମତ ପ୍ରକାଶ ପାଇଛି। ବ୍ରିସବେନ୍‌ ହିଟସ୍‌ ପକ୍ଷରୁ ଖେଳୁଥିବା ମ୍ୟାକ୍‌କୁଲମ ସିଡ୍‌ନୀ ସିକ୍ସର୍ସକୁ ବାଉଣ୍ଡରୀ ହାସଲ କରିବାରୁ ରୋକି ଦେଇଛନ୍ତି।

Advertisment

ସିଡ୍‌ନୀ ସିକ୍ସର୍ସର ୧୬ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ଦଳ ପକ୍ଷରୁ ୪୬ଟି ବଲ୍‌ରେ ୭୫ ରନ୍‌ କରିଥିବା ଜେମ୍ସ ଭିନେନ୍ସ ଲଙ୍ଗ ଅନ୍‌ ଅଞ୍ଚଳରେ ବଲ୍‌ଟିକୁ ଛକା ମାରିବାକୁ ପ୍ରୟାସ କରିଥିଲେ। ବଲ୍‌ଟି ବାଉଣ୍ଡରୀ ବାହାରକୁ ଚାଲି ଯାଉଥିଲେ ହେଁ ଡିଆଁ ମାରି ଶୂନ୍ୟ ଶୂନ୍ୟରେ ମ୍ୟାକ୍‌କୁଲମ ଏହାକୁ ଧରି ନେଇଥିଲେ।

କିନ୍ତୁ ସେ ବାଉଣ୍ଡରୀ ବାହାରକୁ ଚାଲିଯାଉଥିବା ଅନୁଭବ କରି ତୁରନ୍ତ, ଏହାକୁ ପଡ଼ିଆ ଭିତରକୁ ଫୋପାଡ଼ି ଦେଇଥିଲେ। ବଲ୍‌ଟି କିନ୍ତୁ ପୁଣି ଥରେ ବାଉଣ୍ଡରୀ ବାହାରେ ପଡ଼ିବାକୁ ଯାଉଥିଲା। ଏହାଦେଖି, ସେ ପୁଣିଥରେ ଶୂନ୍ୟରେ ବଲ୍‌ଟିକୁ ପଡ଼ିଆକୁ ପକାଇ ଦେଇଥିଲେ। ଏହି ସମୟରେ ତାଙ୍କ ଶରୀରର କୌଣସି ଅଂଶ ପଡ଼ିଆରେ ଲାଗି ନଥିଲା। ତେଣୁ ଏହା ବାଉଣ୍ଡରୀ ହୋଇ ନଥିଲା।

Advertisment

ତେବେ ଏହାକୁ ନେଇ କ୍ରିକେଟ୍‌ ଫ୍ୟାନ୍‌ଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। କିଏ ଏହାକୁ ଲିଗାଲ କହୁଥିବା ବେଳେ ଆଉ କିଏ ଏହା ଏକ ଛକା ବୋଲି ଘୋଷଣା ହେବା ଦରକାର ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1086920650399203328

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe