Advertisment

ଭାରତ-ବାଂଲାଦେଶ ଟେଷ୍ଟ : ଚତୁର୍ଥ ଦିନରେ ବି ବର୍ଷା ବାଧା, ବାଂଲାଦେଶ ୧୧୧/୩

ଫତୁଲ୍ଲା: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ବାଧକ ସାଜିଲା ବର୍ଷା। ବର୍ଷା ଯୋଗୁଁ ଆଜି ଘରୋଇ ଦଳ ମାତ୍ର ୩୦.୧ ଓଭର ଖେଳି ପାରିଥିଲା। ଦଳ  ୩ ୱିକେଟ ହରାଇ ୧୧୧ ରନ ସଂଗ୍ରହ କରିପାରିଥିଲା। ତମୀମ୍ ଇକବାଲ ୧୯ରନ୍ କରି ଆଉଟ ହୋଇଥିବା ବେଳେ ମୋମିନୁଲ ହକ୍ ୩୦ ରନ ଓ ମୁସଫିକର ରହୀମ୍ ୨ ରନ କରି ପ୍ୟାଭିଲିୟନକୁ ଫେରିଥିଲେ। ଓପନର ଇମ୍ରୁଲ କାୟିଜ୍ ୫୯ରନ୍ ଓ ସକିବ୍ […]

ଭାରତ-ବାଂଲାଦେଶ ଟେଷ୍ଟ : ଚତୁର୍ଥ ଦିନରେ ବି ବର୍ଷା ବାଧା, ବାଂଲାଦେଶ ୧୧୧/୩

bangladesh

Advertisment

ଫତୁଲ୍ଲା: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ବାଧକ ସାଜିଲା ବର୍ଷା। ବର୍ଷା ଯୋଗୁଁ ଆଜି ଘରୋଇ ଦଳ ମାତ୍ର ୩୦.୧ ଓଭର ଖେଳି ପାରିଥିଲା। ଦଳ  ୩ ୱିକେଟ ହରାଇ ୧୧୧ ରନ ସଂଗ୍ରହ କରିପାରିଥିଲା। ତମୀମ୍ ଇକବାଲ ୧୯ରନ୍ କରି ଆଉଟ ହୋଇଥିବା ବେଳେ ମୋମିନୁଲ ହକ୍ ୩୦ ରନ ଓ ମୁସଫିକର ରହୀମ୍ ୨ ରନ କରି ପ୍ୟାଭିଲିୟନକୁ ଫେରିଥିଲେ। ଓପନର ଇମ୍ରୁଲ କାୟିଜ୍ ୫୯ରନ୍ ଓ ସକିବ୍ ଅଲ ହାସନ୍ କୌଣସି ରନ ନ କରି ଅପରାଜିତ ରହିଛନ୍ତି।

Advertisment

ଦୁଇବର୍ଷ ବ୍ୟବଧାନ ପରେ ଟେଷ୍ଟ ଦଳକୁ ଫେରିଥିବା ହରଭଜନ ସିଂହ ୨୩ ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲାବେଳେ ରବିଚନ୍ଦ୍ରନ୍ ଅଶ୍ୱିନୀ ୩୦ ରନ ଦେଇ ୨ଟି ୱକେଟ ହାସଲ କରିଥିଲେ। ଗତକାଲି ଏହି ଏକମାତ୍ର ଟେଷ୍ଟର ତୃତୀୟ ଦିବସରେ ଭାରତର ସ୍କୋର ୬ ୱିକେଟରେ ୪୬୨ ରନରେ ପହଞ୍ଚିଥିଲା।  ଦଳ ଏତିକିରେ ପ୍ରଥମ ଇନିଂସ ଘୋଷଣା କରିଦେବାରୁ ଆଜି ବାଂଲାଦେଶ ବ୍ୟାଟିଂ କରିଥିଲା। ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମୂରଲୀ ବିଜୟ ୧୫୦ ରନ ଓ ଶିଖର ଧାୱନ୍ ୧୭୩ ରନ କରିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୯୮ ରନ ସଂଗ୍ରହ କରିଥିଲେ। ଆସନ୍ତା କାଲି ଏହି ଏକମାତ୍ର ଟେଷ୍ଟର ଅନ୍ତିମ ଦିବସ ଥିବାରୁ ଏହା ଡ୍ର ହେବା ଥୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe